ETV Bharat / city

ରାଜ୍ୟରେ ଡିସେମ୍ବର ଶେଷ ସୁଦ୍ଧା ସରିବ ପ୍ରଥମ ଡୋଜ ଟୀକାକରଣ ! - ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

ରାଜ୍ୟରେ ଡିସେମ୍ବର ମାସ ଶେଷ ସୁଦ୍ଧା ପ୍ରଥମ ଡୋଜ ଟୀକାକରଣ ସମ୍ପୂର୍ଣ୍ଣ ମାତ୍ରାରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ରାଜ୍ୟରେ ଡିସେମ୍ବର ଶେଷ ସୁଦ୍ଧା ସରିବ ପ୍ରଥମ ଡୋଜ ଟୀକାକରଣ !

author img

By

Published : Nov 15, 2021, 2:12 PM IST

ଭୁବନେଶ୍ବର: ରାଜ୍ୟରେ ଡିସେମ୍ବର ଶେଷ ସୁଦ୍ଧା ପ୍ରଥମ ଡୋଜ ଟୀକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ । ହେଲେ ଆଜି ପର୍ଯ୍ୟନ୍ତ ସରିଛି ମୋଟ 82 ପ୍ରତିଶତ ପ୍ରଥମ ଡୋଜ ଟୀକାକରଣ । ଡିସେମ୍ବର ସରିବାକୁ ଆହୁରି ଦେଢ଼ ମାସ ବାକି ରହିଥିବାବେଳେ ବାକି 18 ପ୍ରତିଶତ ଟୀକାକରଣ କିପରି ହେବ ତାକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ ।

ବାକି ରହିଥିବା 18 ପ୍ରତିଶତ ଲୋକରୁ ଅଧିକାଂଶ ହେଉଛନ୍ତି ଗ୍ରାମାଞ୍ଚଳର ଲୋକ । ତେବେ ଗ୍ରାମାଞ୍ଚଳର ଲୋକେ ଟିକା ନେବାକୁ ଅମଙ୍ଗ ହେଉଥିବା ଯୋଗୁଁ ସ୍ବାସ୍ଥ୍ୟ ବିଭାଗର ଏ ନେଇ ଚିନ୍ତା ବଢିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪ କୋଟି ୩ ଲକ୍ଷ ଡୋଜ ଦିଆସରିଛି । ଏଥି ମଧ୍ୟରୁ ପ୍ରଥମ ଡୋଜ ୨କୋଟି ୩୮ ଲକ୍ଷ ରହିଛି । ଯାହାକି ମୋଟ ଟିକାର ୮୨ ପ୍ରତିଶତ । ସେହିପରି ଦ୍ବିତୀୟ ଡୋଜ ୧ କୋଟି ୩୫ ଲକ୍ଷ ରହିଛି । ଯାହାକି ୪୧.୫ ପ୍ରତିଶତ । ଏପଟେ ନଭେମ୍ବର ମାସରୁ ଆରମ୍ଭ ହେଉଥିବା 'ହର୍‌ ଘର୍‌ ଦସ୍ତକ' କାର୍ଯ୍ୟକ୍ରମରେ ଦ୍ବିତୀୟ ଡୋଜକୁ ଅଧିକ ଗୁରୁତ୍ବ ଦିଆଯାଇଛି ।

ରାଜ୍ୟରେ ଡିସେମ୍ବର ଶେଷ ସୁଦ୍ଧା ସରିବ ପ୍ରଥମ ଡୋଜ ଟୀକାକରଣ !

ଚଳିତ ମାସରେ 30 ଲକ୍ଷ ଟୀକାକରଣ ସରିଛି । ସେଥିମଧ୍ୟରୁ ପ୍ରଥମ ଡୋଜ ୧୦ ଲକ୍ଷ ଓ ଦ୍ବିତୀୟ ଡୋଜ ୨୦ ଲକ୍ଷ ରହିଛି । ଟୀକାକରଣକୁ କିପରି ଭାବରେ ଦୈନିକ 4 ଲକ୍ଷ କରାଯିବ, ସେ ନେଇ ଯୋଜନା ଚାଲିଛି । ଆଜି 2300 ଟୀକାକରଣ କେନ୍ଦ୍ରରେ ଟିକା ଦାନ ଚାଲିଛି । ପ୍ରଥମ ଡୋଜ ନେଇ ନଥିବା 18 ପ୍ରତିଶତ ଲୋକଙ୍କୁ ଶୀଘ୍ର ଟିକା ନେବାକୁ ଅନୁରୋଧ କରାଯାଉଛି ।

ଏହାସହ ଗାଁ ଲୋକେ କିପରି ଅଧିକ ଟୀକାକରଣ ପ୍ରକ୍ରିୟାରେ ସାମିଲ ହେବେ ତାକୁ ଗୁରୁତ୍ବ ଦିଆଯାଇଛି । ଯଦି ଆମର ଶରୀରରେ ଆଣ୍ଟିବଡି କମିବ ତେବେ ବୁଷ୍ଟର ଡୋଜ ଦେବାର ଆବଶ୍ୟକତା ପଡିବ । RMRC ପକ୍ଷରୁ ରାଜ୍ୟରେ ଯେଉଁ ଆଣ୍ଟିବଡି ସର୍ଭେ କରିଥିଲା ସେହି ଅନୁସାରେ ଦେଖିଲେ ପ୍ରାୟ ଲୋକଙ୍କ ଶରୀରରେ ଆଣ୍ଟିବଡି ଅଧିକ ରହିଥିଲା ।

ତେବେ ବୁଷ୍ଟର ଡୋଜକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ୨ଟି ଟିକା ନେବାକୁ କହିଛନ୍ତି । ତା'ପରେ ବୁଷ୍ଟର ଡୋଜ କଥା ଚିନ୍ତା କରାଯିବ । ବର୍ତ୍ତମାନ ଏହାର କୌଣସି ଆବଶ୍ୟକତା ନାହିଁ କି କୌଣସି ନିର୍ଦ୍ଦେଶନାମା ଆସି ନାହିଁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପଣିଗ୍ରାହୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.