ETV Bharat / city

ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ, ନକଲି Covishield ଟିକାକୁ ଜଗ - ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗ ଚିଠି

ନକଲି କୋଭିସିଲ୍ଡ ଟିକା ଏବଂ ଅସାଧୁ କାର୍ଯ୍ୟକଳାପ ଉପରେ କଡା ନଜର ରଖିବାକୁ ସମସ୍ତ ମ୍ୟୁନିସିପାଲ କମିଶନର ଏବଂ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ, ନକଲି କୋଭିସିଲ୍ଡ ଟିକାକୁ ଜଗ

author img

By

Published : Aug 28, 2021, 7:00 AM IST

ଭୁବନେଶ୍ବର: ଟୀକାକରଣରେ ଅସାଧୁ କାର୍ଯ୍ୟକଳାପ ଉପରେ ହେବ ଯାଞ୍ଚ । ଭୁବନେଶ୍ୱର କଟକ ବ୍ରହ୍ମପୁର ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିବା ସହ ରାଜ୍ୟର ଅନ୍ୟ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ ।

ନକଲି କୋଭିସିଲ୍ଡ ଟିକା ଏବଂ ଅସାଧୁ କାର୍ଯ୍ୟକଳାପ ଉପରେ କଡା ନଜର ରଖିବେ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନର । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ 'ହୁ' ଦକ୍ଷିଣ-ପୂର୍ବ ଏସିଆରେ ନକଲି କୋଭିସିଲ୍ଡ ଟିକା କାରବାର ନେଇ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି । ଫଳରେ ଏଥିପ୍ରତି ଧ୍ୟାନ ଦେବାକୁ କେନ୍ଦ୍ର ସରକାର ରାଜ୍ୟସରକାରମାନଙ୍କୁ ଚିଠି ଲେଖିଥିଲେ । ଏହି କ୍ରମରେ ଗତକାଲି(ଶୁକ୍ରବାର) ରାଜ୍ୟ ସ୍ବାସ୍ଥ୍ୟବିଭାଗ ସମସ୍ତ ଜିଲ୍ଲାମାନଙ୍କୁ ଏନେଇ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଟିକାର ଯୋଗାଣ ଶୃଙ୍ଖଳା, ଉତ୍ପାଦ ଏବଂ ଏହାର ଶାରୀରିକ ସ୍ଥିତିର ଯାଞ୍ଚ ଉପରେ ଗୁରୁତ୍ବ ଦେବାକୁ କହିଛନ୍ତି । ଏହା ସହ ଅସାଧୁ କାର୍ଯ୍ୟକଳାପରୁ ସତର୍କ ରହିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ବିଶେଷକରି ସିଭିସି ଅଧୀନରେ ଥିବା ଘରୋଇ ହସ୍ପିଟାଲ୍ ଦ୍ୱାରା କରାଯାଇଥିବା ସ୍ୱତନ୍ତ୍ର ଟୀକାକରଣ । ଯଦି କୌଣସି ଏଭଳି ଘଟଣା ସାମ୍ନାକୁ ଆସେ ତେବେ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଜିଲ୍ଲାପାଳମାନଙ୍କୁ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.