ଭୁବନେଶ୍ବର: କୋରୋନା ମହାମାରୀରେ ସଂକ୍ରମଣ ହାର କମ କରିବାକୁ ସାରା ଦେଶ ସମେତ ରାଜ୍ୟରେ ଟୀକାକରଣ ବ୍ୟାପକ କରାଯାଇଛି । ଏହାରି ମଧ୍ୟରେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ରାଜ୍ୟରେ 1 କୋଟି ପାର କରିଛି ଟୀକାକରଣ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
-
Achieving a significant milestone in #COVID19 vaccination, #Odisha has administered 1 crore vaccine doses including vaccination of our frontline warriors. Commend the commitment of our healthcare workers in ensuring a swift inoculation process to save lives. #OdishaCares pic.twitter.com/2wc3Bw3HPq
— Naveen Patnaik (@Naveen_Odisha) June 21, 2021 " class="align-text-top noRightClick twitterSection" data="
">Achieving a significant milestone in #COVID19 vaccination, #Odisha has administered 1 crore vaccine doses including vaccination of our frontline warriors. Commend the commitment of our healthcare workers in ensuring a swift inoculation process to save lives. #OdishaCares pic.twitter.com/2wc3Bw3HPq
— Naveen Patnaik (@Naveen_Odisha) June 21, 2021Achieving a significant milestone in #COVID19 vaccination, #Odisha has administered 1 crore vaccine doses including vaccination of our frontline warriors. Commend the commitment of our healthcare workers in ensuring a swift inoculation process to save lives. #OdishaCares pic.twitter.com/2wc3Bw3HPq
— Naveen Patnaik (@Naveen_Odisha) June 21, 2021
ଚଳିତ ବର୍ଷ ଜାନୁୟାରୀ 16 ତାରିଖରେ ରାଜ୍ୟରେ ଟୀକାକରଣ ଆରମ୍ଭ ହୋଇଥିଲା । ପ୍ରଥମେ 45 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କର ଟୀକାକରଣ ଆରମ୍ଭ ହୋଇଥିଲା । ପ୍ରଥମେ ଟ୍ବିନସିଟିରେ ଆରମ୍ଭ ହୋଇଥିଲା ଟୀକାକରଣ । ପରେ ପର୍ଯ୍ୟାୟ କ୍ରମେ କେନ୍ଦ୍ର ପକ୍ଷରୁ ଟିକା ଆସିବା ପରେ ବିଭିନ୍ନ ଜିଲ୍ଲାକୁ ଟିକା ବଣ୍ଟନ କରାଯାଇଥିଲା । 45 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ବିଭିନ୍ନ ଟୀକାକରଣ କେନ୍ଦ୍ରରେ ଆଧାର କାର୍ଡ ଦେଖାଇ ଟିକା ନେଇଥିଲେ ।
ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଡୋର-ଟୁ-ଡୋର ଟୀକାକରଣ ଆରମ୍ଭ କରାଯାଇଥିଲା । ଅର୍ଥାତ୍ ଟିକା କେନ୍ଦ୍ରକୁ ଆସିବାକୁ ସକ୍ଷମ ନଥିବା ବୃଦ୍ଧ/ବୃଦ୍ଧାଙ୍କୁ ସ୍ବାସ୍ଥ୍ୟକର୍ମୀ ଭ୍ୟାନ ଯୋଗେ ଯାଇ ଟିକା ଦାନ କରିଥିଲେ ।
ସେହିପରି କୋରୋନାର ଦ୍ବିତୀୟ ଲହରୀରେ ଯୁବଗୋଷ୍ଠୀଙ୍କର ସଂକ୍ରମଣ ହାର ଅଧିକ ରହିଥିବା ବିଶେଷଜ୍ଞ ମତ ଦେଇଥିଲେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସର୍ବଭାରତୀୟ ସ୍ତରରେ ମେ 1 ତାରିଖରୁ 18-44 ବର୍ଷୀୟଙ୍କର ଟୀକାକରଣ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ । ଯୁବଗୋଷ୍ଠୀ ଆରୋଗ୍ୟ ସେତୁ ଆପ୍ କିମ୍ବା କୋ-ୱିନରେ ରେଜିଷ୍ଟ୍ରେସନ କରି ଟିକା ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ 12-18 ବର୍ଷୀୟଙ୍କ ଟୀକାକରଣ ପାଇଁ ବିଭିନ୍ନ ଟିକା ଟ୍ରାଏଲରେ ଥିବାବେଳେ ଏଯାବତ୍ ରାଜ୍ୟରେ 1 କୋଟିରୁ ଊର୍ଦ୍ଧ୍ବ ଲୋକ ଟିକା ନେଇସାରିଛନ୍ତି। ଏହାକୁ ନେଇ ବିଭିନ୍ନ ସ୍ବାସ୍ଥ୍ୟକର୍ମୀଙ୍କୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଶୁଭେଚ୍ଛା ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ