ETV Bharat / city

ଅମ୍ଳଜାନ ଅଭାବ! ବିଭିନ୍ନ ରାଜ୍ୟକୁ ପଠାଗଲା ୨୯ ଟ୍ୟାଙ୍କର

ମହାମାରୀ ସମୟରେ ଦେଶରେ ଦେଖାଦେଇଛି ଅକ୍ସିଜେନର ଘୋର ସଙ୍କଟ । ଅନ୍ୟ ରାଜ୍ୟକୁ ଅକ୍ସିଜେନ ପଠାଇଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

author img

By

Published : Apr 24, 2021, 5:45 PM IST

ଅମ୍ଳଜାନ ଅଭାବ! ବିଭିନ୍ନ ରାଜ୍ୟକୁ ପଠାଗଲା ୨୯ ଟ୍ୟାଙ୍କର
ଅମ୍ଳଜାନ ଅଭାବ! ବିଭିନ୍ନ ରାଜ୍ୟକୁ ପଠାଗଲା ୨୯ ଟ୍ୟାଙ୍କର

ଭୁବନେଶ୍ବର: ଘୋର ସଙ୍କଟ ମଧ୍ୟରେ ଗତି କରୁଛି ଦେଶ । ଟିକାର ଆବଶ୍ୟକତା ଠାରୁ ବଳିଗଲାଣି ଅମ୍ଳଜାନର ଅଭାବ । ମାନବ ସମାଜ ପାଇଁ ବଞ୍ଚିରହିବାର ଏକମାତ୍ର ମାଧ୍ୟମ ଅମ୍ଳଜାନ ବର୍ତ୍ତମାନ ଧିରେ ଧିରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି । ଏପରି କ୍ଷେତ୍ରରେ ଜୀବନ ଦାନ ପାଇଁ ଆଗେଇ ଆସିଛି ଆମ ରାଜ୍ୟ ।

ରାଜ୍ୟରୁ 250 ଟନ୍ରୁ ଅଧିକ ଅମ୍ଳଜାନ ଅନ୍ୟରାଜ୍ୟକୁ ପଠାଯାଇ ସାରିଲାଣି । ସେହିପରି ଆଜି ମଧ୍ୟ କେତକ ରାଜ୍ୟକୁ ପଠାଯାଇଛି ଅମ୍ଳଜାନ । ସେଥିମଧ୍ୟରୁ ତେଲେଙ୍ଗାନାର ହାଇଦ୍ରାବାଦ, ଆନ୍ଧ୍ରର ବିଶାଖାପାଟଣା, ଉତ୍ତର ପ୍ରଦେଶର କାନପୁର, ଗାଜିଆବାଦ, ମଧ୍ୟପ୍ରଦେଶର ଇନ୍ଦୋର, ମହାରାଷ୍ଟ୍ରର ନାଗପୁର, ପୁନେ, ହରିଆଣାର ଗୁରଗାଓଁ ଏବଂ ଦିଲ୍ଲି । ଏଯାବତ ୨୯ଟି ଅକ୍ସିଜେନ ବୋଝେଇ ଟ୍ୟାଙ୍କର ବିଶେଷକରି ରାଉଲକେଲା, ଯାଜପୁର, ଅନୁଗୋଳ ଆଦି ଜିଲ୍ଲାରୁ ପୋଲିସ ଏସକର୍ଟରେ ଅନଲୋଡିଂ କରାଯାଇ ଅକ୍ସିଜେନ ଟ୍ୟାଙ୍କର ପଠାଯାଇଛି । ଏନେଇ ପୋଲିସ ମୁଖ୍ୟାଳୟରୁ ଏକ କଣ୍ଟ୍ରୋଲ ରୁମ ଜରିଆରେ ମନିଟରିଂ କରାଯାଇଛି ।ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.