ETV Bharat / city

ଆସୁଛି ବର୍ଷା, ଜଳ ନିଷ୍କାସନ ଓ ରୋଗ ପ୍ରତିରୋଧ ପାଇଁ ଆଗୁଆ ପଦକ୍ଷେପ - ବର୍ଷାଋତୁରେ ଭୁବନେଶ୍ବରରେ ଜଳ ନିଷ୍କାସନ ପଦକ୍ଷେପ

ଆସନ୍ତା କିଛିଦିନ ମଧ୍ୟରେ ରାଜ୍ୟରେ ମୌସୁମୀ ପ୍ରବେଶ କରୁଥିବାରୁ ଏନେଇ ଆଗୁଆ ସତର୍କ ହୋଇଛି ଗୃହ ଓ ନଗର ଉନ୍ନୟନ ବିଭାଗ । ଅଧିକ ପଢନ୍ତୁ

ଆସୁଛି ବର୍ଷା, ଜଳ ନିଷ୍କାସନ ଓ ରୋଗ ପ୍ରତିରୋଧ ପାଇଁ ଆଗୁଆ ପଦକ୍ଷେପ

author img

By

Published : May 19, 2022, 10:54 PM IST

ଭୁବନେଶ୍ବର: ଆସନ୍ତା କିଛିଦିନ ମଧ୍ୟରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବ । ଏହାସହ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ । ଏନେଇ ଆଗୁଆ ସତର୍କ ହୋଇଛି ଗୃହ ଓ ନଗର ଉନ୍ନୟନ ବିଭାଗ । ତେଣୁ ଆଗୁଆ ପଦକ୍ଷେପ ନେବା ପାଇଁ ମହାନଗର ନିଗମ କମିଶନ ଓ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛି ବିଭାଗ । ଜାରି କରାଯାଇଥିବା ଏସଓପି ଅନୁସାରେ କାର୍ଯ୍ୟ କରିବାକୁ ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଆସୁଛି ବର୍ଷା, ଜଳ ନିଷ୍କାସନ ଓ ରୋଗ ପ୍ରତିରୋଧ ପାଇଁ ଆଗୁଆ ପଦକ୍ଷେପ

ବର୍ଷା ଋତୁରେ ସହରାଞ୍ଚଳରେ ଯେଭଳି କୃତ୍ରିମ ବନ୍ୟା କିମ୍ବା ଜଳବନ୍ଦୀ ସମସ୍ୟା ସୃଷ୍ଟି ନହେବ ସେନେଇ ତତ୍ପର ହୋଇଛି ବିଭାଗ । ଏନେଇ ଆଗୁଆ ପଦକ୍ଷେପ ନେବା ପାଇଁ ସମସ୍ତ ମହାନଗର ନିଗମର କମିଶନର, ମ୍ୟୁନସିପାଲିଟି ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବଡ଼ ବର୍ଷା ଭଳି ସ୍ଥିତିରେ ଯେଭଳି ସହରାଞ୍ଚଳରେ କୌଣସି ଠାରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ଯୋଜନା ମୁତାବକ ପଦକ୍ଷେପ ନେବାକୁ ରାଜ୍ୟ ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବବର୍ଷ ଭଳି ପୌର ପ୍ରଶାସନଗୁଡିକ ଡ୍ରେନେଜ ଡିଭିଜନ, କ୍ଷୁଦ୍ର ଜଳସେଚନ ଓ ଜଳସମ୍ପଦ ବିଭାଗ ସହିତ ମିଳିତ ଭାବେ ବର୍ଷାଋତୁ ପୂର୍ବରୁ ସମସ୍ତ ଡ୍ରେନ ଟନେଲ ଓ ଜଳନିଷ୍କାସନ ବ୍ୟବସ୍ଥାର ଅନୁଧ୍ୟାନ କରିବେ । ଆବଶ୍ୟକ ସ୍ଥଳେ ଦୁର୍ଘଟଣା ଏଡ଼ାଇବା ପାଇଁ ଡ୍ରେନ ଘୋଡ଼ଣିଗୁଡ଼ିକର ମରାମତି କିମ୍ବା ନିର୍ମାଣ କରିବେ । କାରଣ ପ୍ରବଳ ବର୍ଷା ସମୟରେ ବର୍ଷା ପାଣି ଫୁଟପାଥ ଉପରକୁ ଉଠିଗଲା ପରେ ଘୋଡ଼ଣି ନଥିବା ସ୍ଥାନରେ ଲୋକେ ଦୁର୍ଘଟଣାର ଶିକାର ହୋଇଥାନ୍ତି । ତେଣୁ ବର୍ଷାଦିନ ପୂର୍ବରୁ ପୌରାଞ୍ଚଳରେ ଥିବା ସମସ୍ତ ଡ୍ରେନର ଶତ ପ୍ରତିଶତ ଅନୁଧ୍ୟାନ ସହିତ, ଯଦି କୌଣସି ଠାରେ ଦୁର୍ଘଟଣାର ସମ୍ଭାବନା ଥାଏ ତେବେ ଯୁଦ୍ଧକାଳୀନ ଭିତ୍ତିରେ ସେଠାରେ ପଦକ୍ଷେପ ଗ୍ରହଣ କରାଯିବ ।

ଯଦି କୌଣସି ଠାରେ ଏହାର ମରାମତି ସମ୍ଭବ ନୁହେଁ, ତେବେ ଲୋକେ ଯେଭଳି ଦୁର୍ଘଟଣାର ସମ୍ମୁଖୀନ ନହେବେ ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ସେହିଭଳି ଯଦି କୌଣସି ଠାରେ ଡ୍ରେନ ଜବରଦଖଲ ହୋଇ ଜଳ ଅବରୋଧ କରିବାର ସମ୍ଭାବନା ରହିଛି ତେବେ ତୁରନ୍ତ ସେହି ଜବରଦଖଲ ହଟାଇବା ଓ ଉଚ୍ଛେଦ ପାଇଁ କୁହାଯାଇଛି । ଆବଶ୍ୟକ ସ୍ଥଳେ ଜବରଦଖଲକାରୀ ବସ୍ତି ଓ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳରେ ବନ୍ୟାଭଳି ସ୍ଥିତି ସୃଷ୍ଟି ହେଉଥିବା ସ୍ଥାନ ଚିହ୍ନଟ ସହିତ ସେଠାରେ ବର୍ଷା ସମୟରେ ଜରୁରୀ ଭିତ୍ତିରେ ପମ୍ପ ମୁତୟନ କରିବାକୁ କୁହାଯାଇଛି ।

ଡ୍ରେନ ଗୁଡିକର ଜରୁରୀ ମରାମତି ସହିତ କୌଣସି ଠାରେ ଜଳ ଅବରୋଧ ଭଳି ସାମଗ୍ରୀ ଗଦା ହୋଇଥିଲେ ତାହାକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷାଦିନେ ସହରାଞ୍ଚଳରେ ଜଳ ଜମାହେବା ଫଳରେ ମ୍ୟାଲେରିଆ, ଡେଙ୍ଗୁ ଓ ଜାପାନୀଜ୍ ଏନ୍‌ସେଫାଲାଇଟିସ୍ ଭଳି ବ୍ୟାକ୍ଟେରିଆ ବାହିତ ରୋଗ ଏବଂ ଡାଇରିଆ ଓ କାମଳ ଭଳି ଜଳବାହିତ ରୋଗ ହେବାର ସମ୍ଭାବନା ରହିଛି । ତାହାକୁ ଦୃଷ୍ଟିରେ ରଖି ଜନବସତି ଅଞ୍ଚଳରେ ଯେଭଳି ଆଦୌ ଜଳବନ୍ଦୀ ଅବସ୍ଥା ସୃଷ୍ଟି ନହୁଏ ସେଥିପାଇଁ ଅନ୍ୟ ବିଭାଗ ସହିତ ସମନ୍ବୟ ରକ୍ଷା କରିବାକୁ କୁହାଯାଇଛି । ଏଭଳି ରୋଗର ନିରାକରଣ ପାଇଁ ଜଳ ଜମା ହେଉଥିବା ସ୍ଥାନରେ ବ୍ଲିଚିଙ୍ଗ ପାଉଡର ସିଞ୍ଚନ ସହିତ ମଇଳା ଟାଙ୍କିଗୁଡ଼ିକରେ ଘୋଡ଼ଣି ପକାଇବାକୁ କୁହାଯାଇଛି । ସହରାଞ୍ଚଳରେ ନିୟମିତ ଭାବେ ମଶା ଧୂଆଁ ଛାଡିବାକୁ ଅଗ୍ରାଧିକାର ଦେବା ପାଇଁ କୁହାଯାଇଛି ।

ସହରାଞ୍ଚଳରେ ବ୍ୟାପକ ପଲିଥିନ ବ୍ୟବହାର ହୋଇ ତଳିଆ ଅଞ୍ଚଳରେ ଡ୍ରେନ ଚାମ୍ବର ଜାମ ହେବା ମୁଖ୍ୟ କାରଣ । ଏଥିପ୍ରତି ଦୃଷ୍ଟି ଦେବା ସହିତ ପଲିଥିନ ନିଷେଧକୁ କଡାକଡି ଭାବେ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜଳ ପ୍ରବାହ ହେଉଥିବା କେତେକ ସ୍ଥାନରେ ଜାଲ ବିଛା ଯାଇ ଅଳିଆ ଛାଣି ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବାକୁ କୁହାଯାଇଛି । ସେଭଳି ପ୍ରତ୍ୟେକ ପୌରାଞ୍ଚଳରେ କମିଶନର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ୟୁନିଫାଏଡ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ପ୍ରତିଷ୍ଠା କରିବା ସହିତ ବିଭିନ୍ନ ବିଭାଗ, ସଂସ୍ଥା ଓ ଅଗ୍ନିଶମ ବିଭାଗ ସହିତ ସମନ୍ବୟ ରକ୍ଷାକରି ସେମାନଙ୍କ ଇଲାକାରେ ବନ୍ୟାଭଳି ସ୍ଥିତିର ମୁକାବିଲା କରିବାକୁ କୁହାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.