ETV Bharat / city

କୋଷ୍ଟାଲ ହାଇଓ୍ଵେ କଡରେ କୋଷ୍ଟ କେନାଲ କରନ୍ତୁ ସରକାର: କଂଗ୍ରେସ - କୋଷ୍ଟ କେନାଲ

କୋଷ୍ଟାଲ ହାଇଓ୍ଵେକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଅଧିକ ପଢନ୍ତୁ...

କୋଷ୍ଟାଲ ହାଇଓ୍ଵେ କଡରେ କୋଷ୍ଟ କେନାଲ କରନ୍ତୁ ସରକାର: କଂଗ୍ରେସ

author img

By

Published : Jun 22, 2021, 2:20 PM IST

ଭୁବନେଶ୍ବର: କୋଷ୍ଟାଲ ହାଇଓ୍ଵେକୁ ନେଇ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୋଷାରୋପ କରିଛନ୍ତି । ଗୋପାଳପୁର ଠାରୁ ଦିଘା ପର୍ଯ୍ୟନ୍ତ ବନ୍ଦରକୁ ଯୋଡିବା ପାଇଁ କୋଷ୍ଟାଲ ହାଇଓ୍ଵେ ପ୍ରୋଜେକ୍ଟ ହେବାର ଥିଲା । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କଂଗ୍ରେସ ଦାବି କରିଛି ।

କୋଷ୍ଟାଲ ହାଇଓ୍ଵେ କଡରେ କୋଷ୍ଟ କେନାଲ କରନ୍ତୁ ସରକାର: କଂଗ୍ରେସ

ଏହି ହାଇଓ୍ଵେ ପାଇଁ ହଜାର ହଜାର ହେକ୍ଟର ଚାଷଜମି ନଷ୍ଟ ହେବ । ଏହାକୁ ସଂଯୋଗ କରି ଏକ କୋଷ୍ଟ କେନାଲ ତିଆରି କରିବା ପାଇଁ କହିଛନ୍ତି ପଞ୍ଚାନନ କାନୁନଗୋ । ଋଷିକୂଲ୍ୟା ଠାରୁ ସୁବର୍ଣ୍ଣରେଖା ପର୍ଯ୍ୟନ୍ତ ନଦୀକୁ ସଂଯୋଗୀକରଣ କରି କୋଷ୍ଟ କେନାଲ ତିଆରି ହେଉ । ଏହାଦ୍ବାରା ୫୭ ପ୍ରତିଶତ ଜଳକୁ ସଞ୍ଚୟ କରିହେବ ବୋଲି ସେ ଯୁକ୍ତି ବାଢିଛନ୍ତି । ଏହାସହ ସେ କହିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ ଯଦି ଓଡ଼ିଶାର ସ୍ଵାର୍ଥ ଦେଖୁଛନ୍ତି ସେ ଏ କାର୍ଯ୍ୟଟି ତୁରନ୍ତ କରନ୍ତୁ । ଯଦି କୋଷ୍ଟ କେନାଲ ନହୁଏ ଚାଷୀ ଓ ଚାଷର କ୍ଷତି ହେବ ବୋଲି କହିଛନ୍ତି ପଞ୍ଚାନନ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.