ETV Bharat / city

ଲମ୍ପି ସ୍କିନ୍ ମୁକାବିଲା: ଖୋଲିଲା କଣ୍ଟ୍ରୋଲ ରୁମ୍, ଜାରି ହେଲା ନମ୍ବର - ଚର୍ମବିଣ୍ଡି ରୋଗର ମୁକାବିଲା ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ

ଚର୍ମବିଣ୍ଡି ରୋଗର ମୁକାବିଲା ପାଇଁ ରାଜ୍ୟରେ ଖୋଲିଲା କଣ୍ଟ୍ରୋଲ ରୁମ୍ । ସୂଚନା ଦେଲେ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ । ଅଧିକ ପଢନ୍ତୁ

ଲମ୍ପି ସ୍କିନ୍ ମୁକାବିଲା: ଖୋଲିଲା କଣ୍ଟ୍ରୋଲ ରୁମ୍, ଜାରି ହେଲା ନମ୍ବର

author img

By

Published : Sep 18, 2022, 6:50 AM IST

ଭୁବନେଶ୍ବର: ରାଜ୍ୟରେ ଗୋମହିଷାଦିମାନଙ୍କ ଦେହରେ ଚର୍ମବିଣ୍ଡି (Lumpy Skin) ରୋଗର ସମ୍ଭାବ୍ୟ ବ୍ୟାପିବା ଓ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେଇଛି ପଶୁ ସମ୍ପଦ ବିଭାଗ(State Animal Resources Department) । ଚର୍ମବିଣ୍ଡି ରୋଗର ପ୍ରତିରୋଧ ପାଇଁ ରାଜ୍ୟରେ ଖୋଲିଛି କଣ୍ଟ୍ରୋଲ ରୁମ୍ । ଏହାର ନମ୍ବର ମଧ୍ୟ ଜାରି ହୋଇଛି । ଏନେଇ ସୂଚନା ଦେଇଛନ୍ତି ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ(Ranendra Pratap Swain) । ରାଜ୍ୟ ନିୟନ୍ତ୍ରଣ କକ୍ଷରେ ଦୁଇଟି ସିଫ୍ଟରେ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ତଳ ମହଲାରେ କଣ୍ଟ୍ରୋଲ ରୁମ ଶନିବାର ଠାରୁ କାର୍ଯ୍ୟ କରୁଛି । ସକାଳ ୮ଟା ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ୍ ଖୋଲା ରହିବ ।

କଣ୍ଟ୍ରୋଲ ରୁମ(control room)ର ଟେଲିଫୋନ୍ ନମ୍ବର ହେଉଛି 0671-2414310 ଏବଂ 7205598125 । ପ୍ରାଣୀଙ୍କ ଦେହରେ ଲକ୍ଷଣ ଦେଖାଦେଲେ ଏହି ନମ୍ବର ଡାଏଲ୍ କରି ତୁରନ୍ତ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିବା ଲାଗି ମନ୍ତ୍ରୀ ଅନୁରୋଧ କରିଛନ୍ତି । ସୀମାନ୍ତ ୧୪ ଜିଲ୍ଲାର ଚାଷୀଙ୍କୁ ଏନେଇ ଅନୁରୋଧ କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ୧୪ଟି ସୀମାବର୍ତ୍ତୀ ଜିଲ୍ଲାର ସିଡ଼ିଭିଓମାନଙ୍କୁ ଚର୍ମବିଣ୍ଡି ରୋଗ ପ୍ରତିରୋଧ ନିମନ୍ତେ ମାର୍ଗଦର୍ଶିକା ପଠାଯାଇଛି । ସୀମାବର୍ତ୍ତୀ ଜିଲ୍ଲାର ସିଡ଼ିଭିଓମାନେ ପଡ଼ୋଶୀ ରାଜ୍ୟର ସିଡ଼ିଭିଓମାନଙ୍କ ସହିତ ନିୟମିତ ସଂପର୍କରେ ରହି ସେଠାକାର ସ୍ଥିତିର ଅନୁଧ୍ୟାନ କରିବା ସହିତ ସେଠାରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଅବଗତ ହେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗରେ ଉପଲବ୍ଧ ଥିବା ଭ୍ୟାକ୍ସିନକୁ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ଆଗୁଆ ମହଜୁଦ ରଖିବା ପାଇଁ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: VSSUT ହେବ ରୂପାନ୍ତରିକରଣ, ୫ ବର୍ଷରେ ଖର୍ଚ୍ଚ ହେବ ୨୦୦୦ କୋଟି

ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର ଦିନ ବିଭିନ୍ନ ଜିଲ୍ଲାରେ ଗୋମହିଷାଦି ଚର୍ମବିଣ୍ଡି (Lumpy skin)ର ସଦ୍ୟତମ ସ୍ଥିତି ସଂପର୍କରେ ସମୀକ୍ଷା ଲାଗି କୃଷି ଭବନରେ ଏକ ବୈଠକ ବସିଥିଲା । ପଡ଼ୋଶୀ ରାଜ୍ୟରୁ ଆମ ରାଜ୍ୟର ଗୋମହିଷାଦିଙ୍କୁ ଯେପରି ଚର୍ମବିଣ୍ଡି ରୋଗ ବ୍ୟାପି ନ ପାରେ ସେଥିପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀମାନଙ୍କୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.