ଭୁବନେଶ୍ବର: ଏଥର ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ 'ମୋ ସରକାର' ପ୍ରଜ୍ଞାପନ ମେଢ । ପ୍ୟାରେଡରେ ସ୍ଥାନ ପାଇବ ଓଡ଼ିଶା ସରକାରଙ୍କ ସଫଳତାର କଥା କହୁଥିବା ପ୍ରଜ୍ଞାପନ ମେଢ । ମୋ ସରକାର ଅଧୀନରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏଥିରେ ପ୍ରଦର୍ଶିତ ହେବ । ମୋଟ 10ଟି ମେଢ ଏଥିରେ ସ୍ଥାନିତ ହେବ ।
ମୋ ସରକାର ସହିତ ଶ୍ରୀମନ୍ଦିର ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ଏଥିରେ ପ୍ରଦର୍ଶିତ ହେବ । ପ୍ୟାରେଡ ପ୍ରସ୍ତୁତି ନେଇ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ