ଭୁବନେଶ୍ବର: କୋରୋନା ପାଇଁ ରାଜ୍ୟ ସରକାରଙ୍କ କଣ୍ଟ୍ରୋଲ ରୁମ । ମହାମାରୀ କୋରୋନାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛନ୍ତି ।
![odisha-govt-open-control-room-for-panademic-coronavirus](https://etvbharatimages.akamaized.net/etvbharat/prod-images/6548269_coronactrl.jpg)
ରାଜ୍ୟ ସରକାରଙ୍କ ଗୃହ ବିଭାଗ ତରଫରୁ ଖୋଲା ଯାଇଥିବା ଏହି କଣ୍ଟ୍ରୋଲ ରୁମର ଦାୟିତ୍ବରେ ରହିବେ ଆଇଜିପି ଅପରେସନ ଅମିତାଭ ଠାକୁର । ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଲକଡାଉନ ନେଇ ସମସ୍ୟା ସାମ୍ନା କରୁଥିଲେ ଫୋନ କରିପାରିବେ । ସେହି ନମ୍ବର ହେଉଛି 0674 2392115, 9438915986 । ଏହି ନମ୍ବରରେ ଯୋଗାଯୋଗ କଲେ ନିଜ ରାଜ୍ୟ ବାହାରେ ଥିବା ଲୋକଙ୍କ ସହିତ ସରକାର ଯୋଗାଯୋଗ କରିପାରିବେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ