ଭୁବନେଶ୍ବର: ରାଜ୍ୟର ଆଇଏଏସ ସ୍ତରରେ ବଡ ଅଦଳବଦଳର ଖବର ସାମ୍ନାକୁ ଆସିଛି । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବରେ ନିଯୁକ୍ତ କରାଯାଇଛି । ସେହିପରି ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ଲୋକ ସମ୍ପର୍କ ଏବଂ ପଞ୍ଚାୟତିରାଜ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ବ ମିଳିଛି ।
ଆଇଏଏସ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ଚଞ୍ଚଳ ରଣାଙ୍କୁ ବଲାଙ୍ଗୀର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ସେହିପରି ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗର ଉପ ସଚିବ ଦାୟିତ୍ବ ଦିଆଯାଇଛି ।
ଅନ୍ୟପକ୍ଷେ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଯାଜପୁର ଜିଲ୍ଲାପା, ସିଦ୍ଧାନ୍ତ ଶଙ୍କର ସ୍ୱାଇଁଙ୍କୁ ଅନୁଗୁଳ ଜିଲ୍ଲାପାଳ। ଶୋଧା ଦେବ ସିଂଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବରେ ନିଯୁକ୍ତ କରାଯାଇଛି । ଓଏଏସ ମନୋଜ କୁମାର ମହାନ୍ତିଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ସଚିବ। ଦତ୍ତାତ୍ରେୟ ବି ସିନ୍ଧେ ଗଞ୍ଜାମ ପିଡ଼ି ଡିଆରଡିଏ ଭାବେ ନିଯୁକ୍ତି ପାଇଛନ୍ତି । ସିଦ୍ଧେଶ୍ୱର ବଳିରାମ ବଦର ହୋଇଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିଶନର ଏବଂ କୀର୍ତ୍ତି ଭାସନ ଓ ଜେ ସୋନାଲଙ୍କୁ ଯଥାକ୍ରମେ ବ୍ରହ୍ମପୁର ଓ ଗୁଣୁପୁର ଉପଜିଲ୍ଲାପାଳ ଭାବରେ ନିଯୁକ୍ତ କରାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ