ଭୁବନେଶ୍ବର: କୋଭିଡ ମୃତ୍ୟୁକୁ ରାଜ୍ୟ ସରକାର ଲୁଚାଉଛନ୍ତି । କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାର ମଧ୍ୟ କୋଭିଡ ମୃତକଙ୍କୁ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି । ମାତ୍ର ରାଜ୍ୟ ସରକାର କୋଭିଡ ମୃତ୍ୟୁର ସାର୍ଟିଫିକେଟ ନଦେଉଥିବାରୁ ସହାୟତାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । ତେବେ କୋଭିଡ ମୃତ୍ୟୁକୁ ନେଇ ତୁରନ୍ତ ଶ୍ବେତପତ୍ର ପ୍ରକାଶ ପାଇଁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଦାବି କରିଛନ୍ତି ।
କେନ୍ଦ୍ର କୋଭିଡ ମୃତକଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ସରକାର ମଧ୍ୟ ମଧୁବାବୁ ପେନସନ ଯୋଜନାରେ କୋଭିଡ ମୃତକଙ୍କୁ ସହାୟତା ଦେବାକୁ ଘୋଷଣା କରିଥିଲେ । କିନ୍ତୁ ଗୋଟେ ପଟେ ସରକାର ସହାୟତା କରିବା ପାଇଁ କହିଥିବା ବେଳେ ଅନ୍ୟ ପଟେ ଗୋଡ ହାଣୁଛନ୍ତି ବୋଲି ପୃଥ୍ବୀରାଜ ଅଭିଯୋଗ କରିଛନ୍ତି । କୋଭିଡ ମୃତ୍ୟୁର ସାର୍ଟିଫିକେଟ ନପାଇଲେ ହିତାଧିକାରୀ କିପରି ସହାୟତା ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଣୁ କୋଭିଡ ମୃତ୍ୟକୁ ନେଇ ତୁରନ୍ତ ଶ୍ବେତପତ୍ର ପ୍ରକାଶ କରିବା ପାଇଁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ