ETV Bharat / city

ବେଦାନ୍ତ ସହ ଚୁକ୍ତି ବାତିଲ, ଭବାନୀପାଟଣାରେ ମେଡିକାଲ କଲେଜ କରିବ ପୂର୍ତ୍ତ ବିଭାଗ

ଭବାନୀପାଟଣାରେ ବେଦାନ୍ତ ଦ୍ବାରା ମେଡିକାଲ କଲେଜ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ବିଳମ୍ବ ହୋଇଛି । ଏଥିଲାଗି ଚୁକ୍ତିକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ..

ବେଦାନ୍ତ ସହ ଚୁକ୍ତି ବାତିଲ , ଭବାନୀପାଟଣାରେ ମେଡିକାଲ କଲେଜ କରିବ ପୂର୍ତ୍ତ ବିଭାଗ

author img

By

Published : Mar 3, 2021, 10:06 PM IST

ଭୁବନେଶ୍ବର: କଳାହାଣ୍ଡିର ଭବାନୀପାଟଣାରେ ପ୍ରସ୍ତାବିତ ମେଡିକାଲ କଲେଜ ନିର୍ମାଣକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଏଥିଲାଗି ରାଜ୍ୟ ସରକାର ବେଦାନ୍ତ ସହିତ ଚୁକ୍ତି ବାତିଲ କରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ।

ବେଦାନ୍ତ ସହ ଚୁକ୍ତି ବାତିଲ , ଭବାନୀପାଟଣାରେ ମେଡିକାଲ କଲେଜ କରିବ ପୂର୍ତ୍ତ ବିଭାଗ
ବେଦାନ୍ତ ସହ ଚୁକ୍ତି ବାତିଲ , ଭବାନୀପାଟଣାରେ ମେଡିକାଲ କଲେଜ କରିବ ପୂର୍ତ୍ତ ବିଭାଗ

2018 ମାର୍ଚ୍ଚ 27 ରେ ଏ ନେଇ ଚୁକ୍ତି ସ୍ବାକ୍ଷର କରିଥିଲେ । ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପାଇଁ ବେଦାନ୍ତ ସହ ହୋଇଥିଲା ଚୁକ୍ତି ହୋଇଥିଲା । ହେଲେ ଗତ 3 ବର୍ଷ ମଧ୍ୟରେ ମେଡ଼ିକାଲ କଲେଜ ନିର୍ମାଣରେ ଟାଳଟୁଳ ନୀତି ଅପଣାଇଥିଲା ବେଦାନ୍ତ ଲିମିଟେଡ଼ । ତେଣୁ ବାଧ୍ୟ ହୋଇ ବେଦାନ୍ତ ସହିତ ହୋଇଥିବା ଚୁକ୍ତି ବାତିଲ କରିଛନ୍ତି ରାଜ୍ୟ ସରକାର ।

ଚୁକ୍ତି ବାତିଲ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ମେଡ଼ିକାଲ କଲେଜ ନିର୍ମାଣରେ କୌଣସି ସମସ୍ୟା ହେବ ନାହିଁ । ଏଣିକି ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ରାଜ୍ୟ ପୂର୍ତ୍ତ ବିଭାଗ କରିବ । 500 ଶର୍ଯ୍ୟା ପରିବର୍ତ୍ତେ ୬୫୦ ଶଯ୍ୟାର ମେଡିକାଲ କଲେଜ ନିର୍ମାଣ କରିବ ରାଜ୍ୟ ପୁର୍ତ୍ତ ବିଭାଗ । ବକେୟା କାମକୁ ଜାତୀୟ ମେଡିକାଲ ଆୟୋଗର ନିର୍ଦ୍ଦେଶାବଳୀ ଅନୁସାରେ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅବଶିଷ୍ଟ କାମର ବ୍ୟୟ ଅଟକଳ ଦେବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଏ ନେଇ ପୁର୍ତ୍ତ ବିଭାଗ କମିଶନର ତଥା ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ପ୍ରକାଶ ଚନ୍ଦ୍ର ମହାନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.