ETV Bharat / city

କୋଭିଡ ମୁକାବିଲା: 3 ଜିଲ୍ଲା ପାଇଁ 7.62 କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ - କୋଭିଡ ମୁକାବିଲା

ରାଜ୍ୟରେ କୋଭିଡ଼ ମୁକାବିଲା ଲାଗି 3 ଜିଲ୍ଲା ପାଇଁ 7.62 କୋଟି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

କୋଭିଡ ମୁକାବିଲା: 3 ଜିଲ୍ଲା ପାଇଁ 8 କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

author img

By

Published : May 6, 2021, 1:41 PM IST

Updated : May 6, 2021, 4:01 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କୋଭିଡ ମୁକାବିଲା ଲାଗି ଜିଲ୍ଲା ପାଇଁ ଅତିରିକ୍ତ 7.62 କୋଟି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୁରୀ ପାଇଁ 2 କୋଟି, ସୁବର୍ଣ୍ଣପୁର ପାଇଁ 1 କୋଟି ଏବଂ ସମ୍ବଲପୁର ପାଇଁ 4.62 କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ମଞ୍ଜୁର କରିଛନ୍ତି ସରକାର । ପୁରୀ ଜିଲ୍ଲା ପୂର୍ବରୁ 14 କୋଟି 60 ଲକ୍ଷ ଟଙ୍କା ପାଇଥିଲା । ଏହି ଅତିରିକ୍ତ ମଞ୍ଜୁରୀ ସହିତ ପୁରୀ ଜିଲ୍ଲା ବର୍ତ୍ତମାନ କୋଭିଡ ପରିଚାଳନା ପାଇଁ 16 କୋଟି 60 ଲକ୍ଷ ଟଙ୍କା ପାଇଛି । ସେହିଭଳି ସୁବର୍ଣ୍ଣପୁର ଜିଲ୍ଲା 2 କୋଟି 50 ଲକ୍ଷ ପାଇଥିଲା ।

ଆଜି(ଗୁରୁବାର) 1 କୋଟି ସହ ସମୁଦାୟ 3 କୋଟି 50 ଲକ୍ଷ ଟଙ୍କା ପାଇଛି । ସେହିପରି 11 କୋଟି 50 ଲକ୍ଷ ପାଇଥିବା ସମ୍ବଲପୁର ପାଇଁ ଆଜି 4 କୋଟି 62 ଲକ୍ଷ ମଞ୍ଜୁର ହୋଇଛି । ରିଲିଫ ଫଣ୍ଡରୁ ସମ୍ବଲପୁର ପାଇଁ ପ୍ରାୟ 16 କୋଟି 13 ଲକ୍ଷ ଟଙ୍କା ରିଲିଜ ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 6, 2021, 4:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.