ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢୁଥିବାକୁ ସରକାର ଚିକିତ୍ସା ବ୍ୟବସ୍ଥାକୁ ମଜବୁତ ପାଇଁ ତତ୍ପରତା ଦେଖାଇଛନ୍ତି । ବିଭିନ୍ନ ଜିଲ୍ଲାରେ ଡାକ୍ତରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଜାରି ରଖିଛନ୍ତି ।

ଏହି କ୍ରମରେ ବୁଧବାର ରାଜ୍ୟରେ 252 ଇନ ସର୍ଭିସ ପିଜି ଡାକ୍ତର ଓ ବିଭିନ୍ନ ମେଡିକାଲ କଲେଜରେ ନିୟୋଜିତ 252 ଡାକ୍ତରଙ୍କୁ କୋଭିଡ ପାଇଁ ନିଯୁକ୍ତି ଦିଆଯାଇଛି। କୋଭିଡ ମାମଲାର ପରିଚାଳନା ପାଇଁ ବିଭିନ୍ନ ଜିଲ୍ଲାରେ ସିଡିଏମଓ ଅଧୀନରେ ଏମାନେ କାର୍ଯ୍ୟ କରିବେ।

ଏହି ନିଯୁକ୍ତି ପରେ ଏବେ ମାନବ ସମ୍ବଳ ସୁଦୃଢ ହୋଇପାରିବ। କୋଭିଡ ବିରୋଧରେ ଲଢ଼ିବା ପାଇଁ ଏହା ସହାୟକ ହେବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ