ETV Bharat / city

ଇ-ଯାନ ଉପରୁ ଟିକସ ଓ ପଞ୍ଜୀକରଣ ଶୁଳ୍କ ଛାଡ କଲା ଓଡିଶା - ମୋଟର ଯାନ ଟିକସ ଓ ପଞ୍ଜୀକରଣ ଶୁଳ୍କ

ବୈଦୁତିକ ଯାନ ପାଇଁ ପଞ୍ଜୀକରଣ ଶୁଳ୍କ ଛାଡ । ଇ-ଯାନ ଯାନ ଉପରୁ ମୋଟର ଯାନ ଟିକସ ଓ ପଞ୍ଜୀକରଣ ଶୁଳ୍କ ସମ୍ପୂର୍ଣ୍ଣ ଛାଡ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

ଇ-ଯାନ ଉପରୁ ଟିକସ ଓ ପଞ୍ଜୀକରଣ ଶୁଳ୍କ ଛାଡ
ଇ-ଯାନ ଉପରୁ ଟିକସ ଓ ପଞ୍ଜୀକରଣ ଶୁଳ୍କ ଛାଡ
author img

By

Published : Nov 1, 2021, 11:25 AM IST

ଭୁବନେଶ୍ବର: ବୈଦୁତିକ ଯାନ ପାଇଁ ପଞ୍ଜୀକରଣ ଶୁଳ୍କ ଛାଡ । ଇ-ଯାନ ଉପରୁ ମୋଟର ଯାନ ଟିକସ ଓ ପଞ୍ଜୀକରଣ ଶୁଳ୍କ ସମ୍ପୂର୍ଣ୍ଣ ଛାଡ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ଜାରି ହୋଇଥିବା ସରକାରୀ ବିଜ୍ଞପ୍ତି ।

ଇ-ଯାନର ଶୀଘ୍ର ଗ୍ରହଣୀୟତା ନେଇ ଲୋକଙ୍କୁ ଉତ୍ସାହିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଓଡିଶା ମୋଟର ଯାନ ଟିକସ ଅଧିନିୟମ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଛାଡ 2025 ପର୍ଯ୍ୟନ୍ତ ପ୍ରଯୁଜ୍ୟ ଅଟେ । ପରେ ଏହାକୁ ବଢା ଯିବ । ଓଡ଼ିଶା ବୈଦ୍ୟୁତିକ ଯାନ ନୀତି ଅନୁଯାୟୀ ଇ-ଯାନର କ୍ରେତା, ଉତ୍ପାଦକ, ବ୍ୟାଟେରୀ ଏବଂ ଚାର୍ଜିଂ ଷ୍ଟେସନ ପାଇଁ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ରାଶି ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିବା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟ ସରକାର ମୋଟର ଯାନ ଟିକସ ଏବଂ ବ୍ୟାଟେରୀ ଚାଳିତ ଯାନ ପାଇଁ ପଞ୍ଜୀକରଣ ଶୁଳ୍କ ଉପରେ 100 ପ୍ରତିଶତ ଛାଡ କରିଛନ୍ତି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଇ-ଯାନ ଉପରେ ସବସିଡି ଅନୁମତି ଦେବାକୁ ପରିବହନ ବିଭାଗ ସରକାରଙ୍କୁ ଏକ ପ୍ରସ୍ତାବ ଦାଖଲ କରିଥିବା ପୂର୍ବରୁ କହିଥିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଦୁଇ ଚକିଆ, ତିନି ଚକିଆ ଏବଂ ଚାରି ଚକିଆ ଯାନ ଉପରେ ୧୫ ପ୍ରତିଶତ ସବସିଡି ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି ପରବହନ ମନ୍ତ୍ରଣାଳୟ ଯେଉଁଥିରେ ସର୍ବାଧିକ ପରିମାଣ 5000ରୁ ଅଧିକ ହେବ ନାହିଁ । ଏହା ସହିତ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଇ-ଯାନରେ ସୁଧମୁକ୍ତ ଋଣ ବ୍ୟବସ୍ଥା କରିଛି ବିଭାଗ । ଏହି ପ୍ରସ୍ତାବରେ ମ୍ୟୁନିସିପାଲିଟି ଅଞ୍ଚଳରେ ଏହିପରି ଯାନ ପାଇଁ ସବସିଡିଯୁକ୍ତ ପାର୍କିଂ ଫି ଏବଂ ପାର୍କିଂ ସ୍ଥାନରେ ବ୍ୟାଟେରୀ ଚାର୍ଜିଂ ସୁବିଧା ଅନ୍ତର୍ଭୁକ୍ତ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.