ETV Bharat / city

TOKYO OLYMPIC: ରାଜ୍ୟପାଳ କହିଲେ ବିଶ୍ବ ବିଜୟୀ ହୁଅ ଦୂତୀ - ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ସମ୍ବର୍ଦ୍ଧନା

ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରିବା ସହ Tokyo Olympics ପାଇଁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ଅଧିକ ପଢ଼ନ୍ତୁ...

odisha governor, prof Ganeshi Lal, Governor  felicitated dutee chand, Governor wishes ace sprinter dutee chand,  Tokyo Olympics, ବିଶ୍ବ ବିଜୟୀ ହୁଅ ଦୂତୀ, ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ସମ୍ବର୍ଦ୍ଧନା, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ରାଜ ଭବନ
TOKYO OLYMPIC: ବିଶ୍ବ ବିଜୟୀ ହୁଅ ଦୁତୀ କହିଲେ ରାଜ୍ୟପାଳ
author img

By

Published : Jul 7, 2021, 8:28 PM IST

ଭୁବନେଶ୍ବର: ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରିବା ସହ Tokyo Olympics ପାଇଁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ବିଶ୍ବ ବିଜୟୀ ହୋଇ ଦେଶ ପାଇଁ ଗର୍ବ ଆଣିବାକୁ କହିଛନ୍ତି ରାଜ୍ୟପାଳ । ଏନେଇ ଟ୍ବିଟ ଯୋଗେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଦେଲା ସୂଚନା ।

ବୁଧବାର ରାଜଭବନ ଠାରେ ପହଁଞ୍ଚିଥିଲେ ଓଡ଼ିଶାର ଦୌଡ ରାଣୀ ଦୂତୀ ଚାନ୍ଦ । ଦୂତୀଙ୍କୁ ଉପଢ଼ୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟପାଳ । ଏହାସହ Tokyo Olympics ପାଇଁ ଦୂତୀଙ୍କୁ ଦେଇଛନ୍ତି ଅଜସ୍ର ଶୁଭେଚ୍ଛା । ରାଜ୍ୟପାଳ ଗଣେଶୀ ଲାଲ୍‌ ଦୂତୀଙ୍କୁ କହିଛନ୍ତି, ‘‘ଯାଅ ବିଶ୍ବ ବିଜୟ କର ଓ ଦେଶ ପାଇଁ ଅନେକ ଗର୍ବ ଓ ପୁରସ୍କାର ନେଇ ଆସ । ’’

ଦୂତୀଙ୍କ ସହ ରାଜ୍ୟପାଳ ଭର୍ଚ୍ଚୁଆଲ ମାଧ୍ୟମରେ Tokyo Olympics ପାଇଁ ମନୋନୀତ ହୋଇଥିବା ଖଡ୍ଗଯୋଦ୍ଧା ଭବାନୀ ଦେବୀ ଓ ଜାଭଲୀନ ଥ୍ରୋ ଖେଳାଳି ଶିବପାଲଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ରାଜଭବନରେ ସାଂସଦ ଅଚ୍ୟୁତ ସାମନ୍ତ ଓ ରାଜ୍ୟପାଳଙ୍କ ସଚିବ ମହେନ୍ଦ୍ର ପ୍ରମୋଦ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.