ଭୁବନେଶ୍ବର: କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସମସ୍ତ ବିଶ୍ବବିଦ୍ୟାଳୟ ସିଣ୍ଡିକେଟରେ ନିଜର ପ୍ରତିନିଧି ମନୋନୀତ କରିଛନ୍ତି । 12ଟି ବିଶ୍ବବିଦ୍ୟାଳୟ ପାଇଁ 6 ଜଣ ଯୁଗ୍ମ ସଚିବସ୍ତରୀୟ ଅଧିକାରୀଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି ।
ଉତ୍କଳ ବିଶ୍ବବିଦ୍ୟାଳୟ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଅଶ୍ବିନ କୁମାର ମିଶ୍ର, ବ୍ରହ୍ମପୁର ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପାଇଁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଜୟନ୍ତ ନାରାୟଣ ଷଡଙ୍ଗୀଙ୍କୁ ମନୋନୀତ କରାଯାଇଛି ।
![ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ସିଣ୍ଡିକେଟକୁ ରାଜ୍ୟସରକାରଙ୍କ ପ୍ରତିନିଧି ମନୋନୀତ](https://etvbharatimages.akamaized.net/etvbharat/prod-images/od-bbs-3-representativeinsyndicate-avo-7205239_08092020231623_0809f_1599587183_430.png)
ସେହିପରି ରେଭେନ୍ସା ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପାଇଁ ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି, ଉତ୍ତର ଓଡିଶା ଓ ଫକୀରମୋହନ ବିଶ୍ବବିଦ୍ୟାଳୟ ଲାଗି ଅତିରିକ୍ତ ସଚିବ ପ୍ରଶାନ୍ତ କୁମାର ରଥ ମନୋନୀତ ହୋଇଛନ୍ତି ।
ଅନ୍ୟପଟେ ଖଲ୍ଲିକୋଟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ଯୁଗ୍ମ ସଚିବ ବୀରେନ୍ଦ୍ର କରକରା, ଗଙ୍ଗାଧର ମେହେର ଓ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପାଇଁ ଯୁଗ୍ମ ସଚିବ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ସିଣ୍ଡିକେଟ ସଦସ୍ୟ ଭାବେ ମନୋନୀତ କରାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ