ETV Bharat / city

ଜୁନ ମାସରେ ହେବ ପ୍ରାଥମିକ ସମବାୟ ସମିତି ନିର୍ବାଚନ - first phase election of the members of the Committees of the Primary Cooperative Societies on June

ଆସନ୍ତା ଜୁନ ମାସରେ ହେବ ପ୍ରାଥମିକ ସମବାୟ ସମିତି ନିର୍ବାଚନ । 19 ଏବଂ 26 ଜୁନରେ ହେବ ପ୍ରାଥମିକ ସମବାୟ ସମିତି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସମବାୟ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବଙ୍କ ଦ୍ବାରା ଜାରି ହୋଇଛି ବିଜ୍ଞପ୍ତି । ଅଧିକ ପଢନ୍ତୁ

ଜୁନ ମାସରେ ହେବ ପ୍ରାଥମିକ ସମବାୟ ସମିତି ନିର୍ବାଚନ

author img

By

Published : Apr 4, 2022, 9:51 PM IST

ଭୁବନେଶ୍ବର: ଆସନ୍ତା ଜୁନ ମାସରେ ହେବ ପ୍ରାଥମିକ ସମବାୟ ସମିତି ନିର୍ବାଚନ । 19 ଏବଂ 26 ଜୁନରେ ହେବ ପ୍ରାଥମିକ ସମବାୟ ସମିତି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସମବାୟ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବଙ୍କ ଦ୍ବାରା ଜାରି ହୋଇଛି ବିଜ୍ଞପ୍ତି । ପଞ୍ଚାୟତ ଓ ପୌର ନିର୍ବାଚନ ପରେ ଏବେ ରାଜ୍ୟରେ ସମବାୟ ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସମବାୟ ନିର୍ବାଚନ କମିଶନର ସୁପାରିସ ଆଧାରରେ ଆସନ୍ତା ଜୁନ ମାସ 19 ଓ 26 ତାରିଖରେ ପ୍ରାଥମିକ ସମବାୟ ସୋସାଇଟିରେ ନିର୍ବାଚନ ହେବ । ଏନେଇ ଆଜି ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ସମୟରେ ରାଜ୍ୟ ସମବାୟ ନିର୍ବାଚନ କମିଶନର ଏହି ନିର୍ବାଚନ ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ଘୋଷଣା କରିବେ ବୋଲି ଜଣାପଡିଛି ।

ଜୁନ ମାସରେ ହେବ ପ୍ରାଥମିକ ସମବାୟ ସମିତି ନିର୍ବାଚନ
ଜୁନ ମାସରେ ହେବ ପ୍ରାଥମିକ ସମବାୟ ସମିତି ନିର୍ବାଚନ

ରାଜ୍ୟର 7 ହଜାର 76 ଟି ପ୍ରାଥମିକ ସମବାୟ ସଂସ୍ଥାରେ ନିର୍ବାଚନ ହେବ । ଏସବୁ ପ୍ରାଥମିକ ସମବାୟ ସଂସ୍ଥାରେ ପ୍ରାୟ 30 ଲକ୍ଷ ସଦସ୍ୟ ଅଛନ୍ତି । ଏହାପରେ କେନ୍ଦ୍ରୀୟ ସମବାୟ ଓ ଶୀର୍ଷ ସମବାୟ ସଂସ୍ଥାରେ ନିର୍ବାଚନ ପ୍ରକ୍ରିୟା ହେବ । ଆସନ୍ତା 35 ଦିନ ମଧ୍ୟରେ ପ୍ରାଥମିକ ସଦସ୍ୟମାନଙ୍କର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ । ଏହାସହ ନାମାଙ୍କନ ପତ୍ର ଦାଖଲ, ଯାଞ୍ଚ, ପ୍ରତ୍ୟାହାର ଓ ଭୋଟଗ୍ରହଣ ଆଦି କାର୍ଯ୍ୟସୂଚୀ ଘୋଷଣା ହେବ । ପ୍ରତି 5 ବର୍ଷରେ ରାଜ୍ୟରେ ସମବାୟ ନିର୍ବାଚନ ହୋଇଥାଏ । 2020 ମସିହାରେ ସବୁ ପ୍ରାଥମିକ ସମବାୟ ସଂସ୍ଥା ଗୁଡିକର କାର୍ଯ୍ୟକାଳ ଶେଷ ହୋଇଛି ।

କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିର୍ବାଚନ କରାଇ ନଥିଲେ । ପ୍ରାଥମିକ ସମବାୟ ସୋସାଇଟି ଗୁଡିକର ପରିଚାଳନା କମିଟି କର୍ମକର୍ତ୍ତା ଚୟନ ନିମନ୍ତେ ସମବାୟ ନିର୍ବାଚନ କମିଶନର ମାର୍ଚ୍ଚ 30 ରେ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.