ETV Bharat / city

ସାମାଜିକ ସୁରକ୍ଷା ଯୋଜନା, ସମସ୍ତ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା - ହିତାଧିକାରୀଙ୍କୁ ମିଳିବ ଗ୍ରୀଷ୍ମକାଳୀନ ସହାୟତା

ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ମିଳିବ ଗ୍ରୀଷ୍ମକାଳୀନ ସହାୟତା । ଏହା ବାବଦରେ ଅତିରିକ୍ତ ୧୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

ସାମାଜିକ ସୁରକ୍ଷା ଯୋଜନା, ସମସ୍ତ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା

author img

By

Published : May 9, 2022, 10:40 PM IST

ଭୁବନେଶ୍ବର: ସାମାଜିକ ସୁରକ୍ଷା ଯୋଜନା(Social Security Scheme) ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ମିଳିବ ଗ୍ରୀଷ୍ମକାଳୀନ ସହାୟତା(summer assistance) । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ୍‌ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ଅନ୍ୟାନ୍ୟ ବର୍ଗରେ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ମିଳିବ ଗ୍ରୀଷ୍ମକାଳୀନ ସହାୟତା । ଏହା ବାବଦରେ ଅତିରିକ୍ତ ୧୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଭତ୍ତା ହିତାଧିକାରୀମାନେ ଏହି ସହାୟତା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପାଉଛନ୍ତି । ସେହିପରି ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା ବାବଦରେ ଅତିରିକ୍ତ ୧୦୦ ଟଙ୍କା ମିଳିବ । ଚଳିତ ମାସ ୧୫ ତାରିଖ ଦିନ ସେମାନଙ୍କ ନିୟମିତ ଭତ୍ତା ସହିତ ପ୍ରଦାନ କରାଯିବ । ଏ ନେଇ ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.