ଭୁବନେଶ୍ବର: କୋଭିଡ ଯୋଦ୍ଧା ଅଙ୍ଗନୱାଡ଼ି ଏବଂ ଆଶା କର୍ମୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । କୋରୋନା ମୁକାବିଲା ସମୟରେ କର୍ମକ୍ଷେତ୍ରେ ମୃତ୍ୟୁ ଘଟିଲେ ମୃତକଙ୍କ ନିକଟ ସଂପର୍କୀୟଙ୍କୁ ମିଳିବ ଭତ୍ତା । ।
ମାହାମାରୀ କୋରୋନା ମୁକାବିଲା ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅଙ୍ଗନୱାଡ଼ି ଏବଂ ଆଶା କର୍ମୀମାନଙ୍କୁ ରାଜ୍ୟ ସରକାରଙ୍କ ଆଶ୍ବାସନା । କୋରୋନା କାର୍ଯ୍ୟକରୁଥିବା ସମୟରେ ମୃତ୍ୟୁ ଘଟିଲେ ନିକଟ ସମ୍ପର୍କୀୟଙ୍କୁ ୬୦ ବର୍ଷ ହେବା ଯାଏ ମିଳିବ ଭତ୍ତା । ଅଙ୍ଗନୱାଡ଼ି କର୍ମୀଙ୍କ ସମ୍ପର୍କୀୟଙ୍କୁ ୭୫୦୦ ଓ ଆଶା କର୍ମୀଙ୍କ ସମ୍ପର୍କୀୟଙ୍କୁ ମିଳିବ ୫ ହଜାର ଟଙ୍କା ଭତ୍ତା ଦିଆଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ