ETV Bharat / city

ରାଜ୍ୟ ସରକାରଙ୍କ କୃଷି କନକ୍ଲେଭ ଲୋକଦେଖାଣିଆ: କଂଗ୍ରେସ ନେତା - National Service scheme report 2021

କୃଷି ଓ କୃଷକର ବିକାଶ କ୍ଷେତ୍ରରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । କୃଷି କ୍ଷେତ୍ରରେ ଉନ୍ନତି ଆଣିବାକୁ ଗୁଣାତ୍ମକ ମାନର ବିହନ, ସାର, ଚାଷର ଗୁଣାତ୍ମକ ପଦ୍ଧତି, ଆଧୁନିକ ଶୈଳୀ ଉପରେ କୃଷି କନକ୍ଲେଭରେ ହେବ ଆଲୋଚନା । ଅଧିକ ପଢନ୍ତୁ...

ରାଜ୍ୟ ସରକାର କୃଷି କନକ୍ଲେଭ ଲୋକ ଦେଖାଣିଆ: କଂଗ୍ରେସ ନେତା

author img

By

Published : Sep 28, 2021, 11:00 PM IST

ଭୁବନେଶ୍ବର: ରାଜ୍ୟରେ କୃଷି ଓ କୃଷକର ବିକାଶ କ୍ଷେତ୍ରରେ ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନାମାନ ଆଣୁଛନ୍ତି । ହେଲେ କୃଷି କ୍ଷେତ୍ରରେ ରାଜ୍ୟ କେତେ ଆଗେଇଛି, କୃଷକର ମାସିକ ଆୟ କେତେ ସେନେଇ ଜାତୀୟ ସେବା ଯୋଜନା (NSS) ରିପୋର୍ଟ ଆଧାରରେ ସ୍ପଷ୍ଟ ଜଣାପଡିବା ପରେ ବିରୋଧୀ ରାଜ୍ୟ ସରକାରଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ଏବେ ରାଜ୍ୟ ସରକାରଙ୍କ ତରଫରୁ ଅକ୍ଟୋବର 8 ତାରିଖରୁ କୃଷି କନକ୍ଲେଭ ୨୦୨୧ର ଆୟୋଜନ କରିବା ପାଇଁ ଏଥିରେ ବାହାର ରାଜ୍ୟରୁ ବଡ଼ ବଡ଼ ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି ।

ରାଜ୍ୟ ସରକାର କୃଷି କନକ୍ଲେଭ ଲୋକ ଦେଖାଣିଆ: କଂଗ୍ରେସ ନେତା

ତେବେ ରାଜ୍ୟର କୃଷି କ୍ଷେତ୍ରରେ ଉନ୍ନତି ଆଣିବାକୁ ଗୁଣାତ୍ମକ ମାନର ବିହନ, ସାର, ଚାଷର ଗୁଣାତ୍ମକ ପଦ୍ଧତି, ଆଧୁନିକ ଶୈଳୀ, କୃଷି କ୍ଷେତ୍ରରେ ଗବେଷଣା ଭଳି ପନ୍ଥା ଆପଣେଇବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ଏହାକୁ କଟାକ୍ଷ କରିଛି । ସେପଟେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ତାଚ୍ଛଲ୍ୟ କରିଛନ୍ତି ।

ସେ କହିଛନ୍ତି କି ଚାଷୀର ଆୟ ସର୍ବନିମ୍ନ ଆଉ ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଓଡ଼ିଶାରେ ଚାଷୀର ଆୟ ବହୁତ କମ । ଯାହାକି ସରକାର ବିଭିନ୍ନ ଯୋଜନାରେ କୃଷକଙ୍କୁ ଠକିଛନ୍ତି । ତେବେ ସରକାର ଚାଷୀଙ୍କ ସୁବିଧା ପାଇଁ କଣ ସବୁ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି ସେନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.