ETV Bharat / city

ଓଡିଶା ଏଫସିର ଜର୍ସି ଉନ୍ମୋଚିତ, ISL ସିଜିନ୍‌ ୬ ଖେଳିବ ଟିମ୍ - ଓଡି଼ଶା ଏଫସି

ଉନ୍ମୋଚିତ ହେଲା ଓଡ଼ିଶା ଫୁଟବଲ କ୍ଲବର ହୋମ ଓ ଆୱେ କିଟ । ଓଡ଼ିଶାର ଯୁବବର୍ଗଙ୍କୁ ଫୁଟବଲ ଖେଳର ଜାତୀୟ ସ୍ତରରେ ପହଞ୍ଚାଇବା ଓ ଫୁଟବଲକୁ ଓଡିଶାରେ ଅଧିକ ଲୋକପ୍ରିୟ କରିବା ପାଇଁ ଲକ୍ଷ୍ୟ ରଖିଛି ଓଡିଶା ଏଫସି । ଅଧିକ ପଢ଼ନ୍ତୁ...

ଓଡି଼ଶା ଏଫସିର କିଟ ଉନ୍ମୋଚିତ
author img

By

Published : Oct 16, 2019, 9:53 PM IST

ଭୁବନେଶ୍ବର: ରାଜଧାନୀର ଏକ ସ୍ଥାନୀୟ ହୋଟେଲରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଓଡିଶା ଫୁଟବଲ କ୍ଲବର କିଟ ଉନ୍ମୋଚିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ କ୍ରୀଡା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣ ଯୋଗ ଦେଇ ଓଡିଶା ଏଫସିର ଜର୍ସି ଉନ୍ମୋଚନ କରିଛନ୍ତି । ଏପଟେ ଓଡ଼ିଶାର ଯୁବବର୍ଗଙ୍କୁ ଫୁଟବଲ ଖେଳର ଜାତୀୟ ସ୍ତରରେ ପହଞ୍ଚାଇବା ଓ ଫୁଟବଲକୁ ଓଡିଶାରେ ଅଧିକ ଲୋକପ୍ରିୟ କରିବା ଓଡିଶା ଏଫସିର ଲକ୍ଷ୍ୟ ବୋଲି କହିଛନ୍ତି ଓଡିଶା ଏଫସିର ନିର୍ଦ୍ଦେଶକ ରୋହନ ଶର୍ମା।

ଓଡି଼ଶା ଏଫସିର କିଟ ଉନ୍ମୋଚିତ

କିଟ ଉନ୍ମୋଚନ ହେବା ପୂର୍ବରୁ ପ୍ରଥମେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନ ଯଥା ଯୋଡ଼ା ଶଙ୍ଖ ବାଦନ ଓ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହା ପରେ ଟିମ ସିଇଓ ଆଶିଷ ଶାହ, ନିର୍ଦ୍ଦେଶକ ରୋହନ ଶର୍ମା ରାଜ୍ୟ କ୍ରୀଡା ବିଭାଗ ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣାଙ୍କ ଦ୍ବାରା କିଟ ଉନ୍ମୋଚିତ ହୋଇଥିଲା।

ରାଜ୍ୟରେ ଖେଳ ପ୍ରତି ଯୁବପୀଢ଼ିଙ୍କ ଆଗ୍ରହ ଓ ଅଙ୍ଗୀକାରବଦ୍ଧତା ରହିଛି । ଯାହାକୁ ଦଳ ପକ୍ଷରୁ ପ୍ରୋତ୍ସାହନ ଦିଆଯାଇ ଅଧିକରୁ ଅଧିକ ଜାତୀୟସ୍ତରର ଖେଳାଳି ପ୍ରସ୍ତୁତ କରିବା ଲକ୍ଷ୍ୟ ରଖାଯାଇଥିବା ଟିମର ନିର୍ଦ୍ଦେଶକ ରୋହନ ଶର୍ମା ପ୍ରକାଶ କରିଛନ୍ତି ।

ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ଯୁବକ ଅଙ୍କିତ ଭୂୟାଁ ଓ ଶୁଭମ ଷଢଙ୍ଗୀଙ୍କ ମଧ୍ୟରୁ ଶୁଭମ ଓଡ଼ିଶାର ଏକ ଫୁଟବଲ ଟିମ ହେବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଆଉ ସେ ଟିମର ସଦସ୍ୟ ହୋଇଥିବା ବେଳେ ଆହୁରି ଓଡ଼ିଆ ଯୁବକ ତାଙ୍କ ପ୍ରତିଭା ବଳରେ ଏଥିରେ ସ୍ଥାନ ପାଇଁ ପାରିବେ ବୋଲି କହିଛନ୍ତି । ଖୁବ ଶୀଘ୍ର ଆଇଏସଏଲର ନୂଆ ସିଜନ ଆରମ୍ଭ କରିବାକୁ ଯାଉଛି । ତେବେ ବିଜୟରୁ ଅଭିଯାନ ଆରମ୍ଭ କରିବା ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ସ୍ଥାନୀୟ ଏକ ହୋଟେଲରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଓଡିଶା ଫୁଟବଲ କ୍ଲବ ର କିଟ ଉନ୍ମୋଚିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ କ୍ରୀଡା ଓ ଯୁବସେବା ବିଭାଗ ର ନିର୍ଦେଶକ ଶ୍ରୀଯୁକ୍ତ ଭିନିଲ କ୍ରୀଷ୍ଣ ଯୋଗ ଦେଇ ଏହାର ଉନ୍ମୋଚନ କରିଛନ୍ତି।ଏହି ଅବସରରେ ଓଡ଼ିଶାର ଯୁବବର୍ଗଙ୍କୁ ଅଧିକ ରୁ ଅଧିକ ପରିମାଣରେ ଫୁଟବଲ ରେ ଜାତୀୟ ସ୍ତରରେ ପହଞ୍ଚାଇବା ଓ ଓଡିଶାର ଚାରିଆଡେ ଫୁଟବଲ ପ୍ରେମୀ ତିଆରି କରିବା ମୁଖ୍ୟ ଲକ୍ଷ ବୋଲି ଏହି ଟିମ ର ମାଲିକ ତଥା ଓଡିଶା ଏଫସିର ନିର୍ଦେଶକ ରୋହନ ଶର୍ମା ପ୍ରକାଶ କରିଛନ୍ତି।

Body:ସ୍ଥାନୀୟ ଏକ ହୋଟେଲ ପରିସରରେ ଏହାର କିଟ ଉନ୍ମୋଚନ ହେବା ପୂର୍ବରୁ ପ୍ରଥମେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନ ଯଥା ଯୋଡ଼ା ଶଙ୍ଖ ବାଦନ ଓ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।ପରେ ପରେ ସମସ୍ତ ଖେଳାଳିଙ୍କ ପରିଚୟ ଦିଆଯାଇଥିଲା।ଏହା ପରେ ଟିମ ସିଇଓ ଆଶିଷ ଶାହ,ନିର୍ଦେଶକ ରୋହନ ଶର୍ମା ରାଜ୍ୟ କ୍ରୀଡା ବିଭାଗ ନିର୍ଦେଶକ ଭିନିଲ କ୍ରିଷ୍ଣାଙ୍କ ଦ୍ୱାରା କିଟ ଉନ୍ମୋଚନ କରିଥିଲେ।
ରାଜ୍ୟରେ ଖେଳ ପ୍ରତି ଯୁବପୀଢ଼ିଙ୍କ ଆଗ୍ରହ ଓ ଅଙ୍ଗୀକାର ବଦ୍ଧତା ରହିଛି।ଯାହାକୁ ଦଳ ପକ୍ଷରୁ ସୁଯୋଗ ପ୍ରଦାନ କରାଯାଇ ଅଧିକରୁ ଅଧିକ ଜାତୀୟ ସ୍ତରର ଖେଳାଳି ପ୍ରସ୍ତୁତ ଲକ୍ଷ ଥିବା ଟିମ ନିର୍ଦେଶକ ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି।ସେହିଭଳି ଟିମ ର ଅନ୍ୟତମ ଲକ୍ଷ ଭଲ ଖେଳିବା ସହିତ ଅଧିକରୁ ଅଧିକ ଟ୍ରଫି ହାସଲ କରିବା ଏବଂ ସମଗ୍ର ପରିବେଶ କୁ ଫୁଟବଲ ପ୍ରେମୀ ଦର୍ଶକରେ ପରିଣତ କରିବା ବୋଲି ସେ କହିଛନ୍ତି।

ଫୁଟବଲ ଏକ ଜାତୀୟ ସ୍ତରର ଖେଳ ଓ ଏହା ଖେଳିବାକୁ ସହଜ ହେବା ସହିତ ବହୁତ ମଜ୍ଜା ଲାଗିଥାଏ ବୋଲି ସେ ଏହି ଖେଳକୁ ପ୍ରମୋସନ ପାଇଁ ବାଛିଲେ ବୋଲି କହିଛନ୍ତି।ସେହିପରି ଓଡିଶା ସରକାର ଖେଳ ପ୍ରତି ଦେଉଥିବା ପ୍ରୋତ୍ସାହନ ଏବି ଏଠାକର ଯୁବକଙ୍କ ଖେଳ ପ୍ରତି ଆଗ୍ରହ ଏବଂ ଓଡ଼ିଶାରେ ଖେଳର ଅଭ୍ୟାସ ପାଇଁ ପର୍ଯ୍ୟାପ୍ତ ସୁବିଧା ସହଜ ଉପଲବ୍ଧ ହେବାରୁ ସେ ଓଡିଶାକୁ ନିଜର ହୋମ ଟିମ କରିବାକୁ ଇଚ୍ଛା କରିଥିବା କହିଛନ୍ତି।
ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ଯୁବକ ଅଙ୍କିତ ଭୂୟାଁ ଓ ଶୁଭମ ଷଢଙ୍ଗୀ ଙ୍କ ମଧ୍ୟରୁ ଶୁଭମ ଓଡ଼ିଶାର ଏକ ଫୁଟବଲ ଟିମ ହେବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।ଆଉ ସେଇ ଟିମ ର ସଦସ୍ୟ ହୋଇଥିବାବେଳେ ଆହୁରି ଓଡ଼ିଆ ଯୁବକ ତାଙ୍କ ପ୍ରତିଭା ବଳରେ ଏଥିରେ ସ୍ଥାନ ପାଇଁ ପାରିବେ ବୋଲି ସେ କହିଛନ୍ତି।ଖୁବ ଶୀଘ୍ର ଆଇ ଏସ ଏଲ ର ନୂଆ ସିଜନ ଆରମ୍ଭ କରିବାକୁ ଯାଉଥିବାରୁ ପ୍ରଥମ ଲକ୍ଷ ବିଜୟ ରୁ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି।ସେହି ପରି ଟିମ ର ଅନ୍ୟ ସଦସ୍ୟ ,କୋଚ ଓ ସହାୟକ କୋଚମଧ୍ୟ ଅନୁରୂପ ଭାବେ ପ୍ରସ୍ତୁତି କରୁଥିବା ଜଣାପଡିଛି।
ବାଇଟ-ଟିମ ଡ଼ାଇରେକ୍ଟର-ରୋହନ ଶର୍ମା,
ବାଇଟ-ଓଡ଼ିଆ ଖେଳାଳି ଶୁଭମ ଷଢଙ୍ଗୀ,
ବାଇଟ-ସହାୟକ କୋଚ-ଥମ ବୋଇ ସିନଥୋ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.