ETV Bharat / city

CHILD VACCINATION: ଶିଶୁଙ୍କୁ ଟୀକାକରଣରେ ଦେଶରେ ଏକ ନମ୍ବର ଓଡିଶା - ଶିଶୁଙ୍କୁ ଟୀକାକରଣ

ଶିଶୁଙ୍କୁ ଟୀକାକରଣରେ ଦେଶର ଏକ ନମ୍ବର ରାଜ୍ୟ ଓଡିଶା । ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ(NFHS) ରିପୋର୍ଟରେ ପ୍ରକାଶ । ଅଧିକ ପଢନ୍ତୁ

CHILD VACCINATION: ଶିଶୁଙ୍କୁ ଟୀକାକରଣରେ ଦେଶରେ ଏକ ନମ୍ବର ଓଡିଶା

author img

By

Published : Nov 26, 2021, 11:09 AM IST

Updated : Nov 26, 2021, 2:06 PM IST

ଭୁବନେଶ୍ବର: ଶିଶୁଙ୍କୁ ଟୀକାକରଣରେ (child vaccination) ଓଡିଶା ଏକ ନମ୍ବର। ଶିଶୁ ଟୀକାକରଣରେ ଓଡିଶା ଏକ ନମ୍ବର ସ୍ଥାନରେ ରହିଛି । ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରଥମ ସ୍ଥାନରେ ରହିଛି। ଏନେଇ ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ(NFHS) ରିପୋର୍ଟରେ ଦର୍ଶାଯାଇଛି ।

CHILD VACCINATION: ଶିଶୁଙ୍କୁ ଟୀକାକରଣରେ ଦେଶରେ ଏକ ନମ୍ବର ଓଡିଶା

ରାଜ୍ୟରେ ଏବେ ପର୍ଯ୍ୟନ୍ତ 90.5 ପ୍ରତିଶତ ଶିଶୁ ସମସ୍ତ ଟିକା ଗ୍ରହଣ କରିଛନ୍ତି । ଶିଶୁ ମୃତ୍ୟୁ ହାରରେ ମଧ୍ୟ ବହୁତ କମିଛି। ପୂର୍ବରୁ 1ହଜାର ଶିଶୁଙ୍କ ମଧ୍ୟରେ 31 ଜଣ ଶିଶୁ ମୃତ୍ୟୁବରଣ କରୁଥିଲେ। ବର୍ତ୍ତମାନ ଏହା 27 କୁ ଆସିଛି ହ୍ରାସ ହୋଇଛି । ବର୍ଷକରୁ କମ ଶିଶୁ ଆଇ ଏମ ଆର କୁହାଯାଉଛି ତାହା 40 ଥିଲା ବର୍ତ୍ତମାନ 36 କୁ ଆସିଛି । 5ବର୍ଷ ରୁ କମ ଶିଶୁ 44 ଥିଲା ବର୍ତ୍ତମାନ ଏହା 41 କୁ ଖସି ଆସିଛି। ତେଣୁ ମୃତ୍ୟୁ ହାର , ଟୀକାକରଣରେ ଓଡିଶା ଅଗ୍ରଗତି ହୋଇଛି । ରାଜ୍ୟରେ ଯେତିକି ଗର୍ଭବତୀ ମହିଳା ପଞ୍ଜିକରଣ କରିବା କଥା ତାହା ଅଧିକ ଉନ୍ନତି ଘଟିଛି। ପୂର୍ବରୁ 64 ପ୍ରତିଶତ ଥିଲା ବର୍ତ୍ତମାନ ଏହା 74 କୁ ବୃଦ୍ଧି ପାଇଛି। ଗର୍ଭବତୀ ଥିବା ମହିଳା ମାନେ 4ଟି ପରୀକ୍ଷା କରିଥାନ୍ତି। ସେ କ୍ଷେତ୍ରରେ ମଧ୍ୟ 61 ପ୍ରତିଶତ ଥିଲା ବର୍ତ୍ତମାନ ଏହା 78 ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ରାଜ୍ୟରେ ସମସ୍ତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଶିଶୁ ସ୍ୱାସ୍ଥ୍ୟ, ମାତୃ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମକୁ ଉଲ୍ଲେଖନୀୟ ସଫଳତା ମିଳିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Nov 26, 2021, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.