ETV Bharat / city

୨୦୨୧-୨୨ ISL ସିଜିନ: ଓଡ଼ିଶା FC ଦଳ ଘୋଷିତ

author img

By

Published : Nov 3, 2021, 7:15 PM IST

ଇଣ୍ଡିଆନ ସୁପର ଲିଗ୍‌ର ୨୦୨୧-୨୨ ସିଜିନ ପାଇଁ ଓଡ଼ିଶା ଏଫ୍‌ସି ତାର ୨୭ ଜଣିଆ ଦଳ ଘୋଷଣା କରିଛି । ନଭେମ୍ବର ୨୪ ତାରିଖରେ ଗୋଆର ତିଲକ ମଇଦାନରେ ଓଡ଼ିଶା ଏଫ୍‌ସି ତାର ପ୍ରଥମ ମ୍ୟାଚ ବେଙ୍ଗାଲୁରୁ ଏଫ୍‌ସି ସହ ଖେଳିବ । ଅଧିକ ପଢ଼ନ୍ତୁ...

୨୦୨୧-୨୨ ISL ସିଜିନ: ଓଡ଼ିଶା FC ଦଳ ଘୋଷିତ
୨୦୨୧-୨୨ ISL ସିଜିନ: ଓଡ଼ିଶା FC ଦଳ ଘୋଷିତ

ଭୁବନେଶ୍ବର: ଇଣ୍ଡିଆନ ସୁପର ଲିଗ୍‌ର ୨୦୨୧-୨୨ ସିଜିନ ପାଇଁ ଓଡ଼ିଶା ଏଫ୍‌ସି ତାର ୨୭ ଜଣିଆ ଦଳ ଘୋଷଣା କରିଛି । ଏହି ଦଳରେ ୩ ଜଣ ଗୋଲକିପର, ୯ ଜଣ ଡିଫେଣ୍ଡର, ୧୧ଜଣ ମିଡ୍‌ଫିଲଡର, ୪ଜଣ ଫରୱାର୍ଡ ଖେଳାଳି ସାମିଲ ରହିଛନ୍ତି । ନଭେମ୍ବର ୨୪ ତାରିଖରେ ଗୋଆର ତିଲକ ମଇଦାନରେ ଓଡ଼ିଶା ଏଫ୍‌ସି ତାର ପ୍ରଥମ ମ୍ୟାଚ ବେଙ୍ଗାଲୁରୁ ଏଫ୍‌ସି ସହ ଖେଳିବ ।

ଗତ ସିଜିନରେ ଓଡ଼ିଶା ଏଫ୍‌ସିର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଦଳ ୨୦ଟି ମ୍ୟଚରୁ ମାତ୍ର ଦୁଇଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲ ସର୍ବନିମ୍ନରେ ରହିଥିଲା । ଦଳ ୬ଟି ମ୍ୟାଚ ଡ୍ର କରାଇ ମାତ୍ର ୧୨ ପଏଣ୍ଟ ହିଁ ହାସଲ କରି ପାରିଥିଲା । ଆଗାମୀ ସିଜିନରେ ପୂର୍ବର ସମସ୍ତ ଭୁଲକୁ ସୁଧାରିବାକୁ ଚେଷ୍ଟା କରିବ ଦଳ । ୨୦୨୧-୨୨ ସିଜିନ ପାଇଁ କେତେକ ଯୁବ ନୂଆ ଚେହେରାଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଗତ ସିଜିନରେ ମୁମ୍ବାଇ ସିଟି ଚମ୍ପିଆନ୍‌ ହୋଇଥିଲା ।

ଓଡ଼ିଶା ଏଫ୍‌ସି ଦଳ

ଗୋଲକିପର- କମଲଜିତ ସିଂହ, ଅର୍ଶଦୀପ ସିଂହ, ରବି କୁମାର ।

ଡିଫେଣ୍ଡର- ଗୌରଭ ବୋରା, ଲାଲରୁଆଥରା, ସାହିଲ ପନୱର, ହେଣ୍ଡ୍ରି ଅଣ୍ଟୋନେ, ଲାଲହଜ୍ରୁଆଲା ସେଲୁଙ୍ଗ, ସେବାଷ୍ଟିଆନ ଥଙମୁଆନସାଙ୍ଗ, ଦେବେନ ସୌନି, ଭିକ୍ଟର ମଙ୍ଗଲୀ, ହେକ୍ଟର ରୋଡାସ ।

ମିଡଫିଲ୍‌ଡର- ଥୋଇବା ସିଂହ ମୋଇରାଙ୍ଗଥମ, ବିନୀତ ରାୟ, ପାଉଲ ରାମଫାଙ୍ଗଜାଉଭା, ଈଶାକ ବନମାଲସମା, ଈଶାକ ବାନଲାଲରୁଫେଲା, ଲିରିଡନ କ୍ରାସ୍ନିକି, ଜାଭି ହର୍ଣ୍ଣଣ୍ଡାଜ୍‌, ଜେରି ମାବିମିନଥାଙ୍ଗା, ନନ୍ଦକୁମାର ସେକର, ସିଭିଏଲ୍‌ ରେମଲୁଆଙ୍ଗା, ନିଖିଲ ରାଜ୍‌

ଫର୍‌ୱାର୍ଡ- ଅନୁଷ୍କା ତ୍ୟାଗୀ, ଡାନିଏଲ ଲାହିଲାମପୁଇଆ, ଆରିଡାଇ କାବ୍ରେରା, ଜୋନାଥନ କ୍ରିଷ୍ଟିଆନ ଡି ଜିସସ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.