ETV Bharat / city

ଓଡ଼ିଶା କୃଷକ ଉତ୍ପାଦକ ସଂଗଠନ ସମାବେଶ ଉଦଯାପିତ

ଲୋକସେବା ଭବନ କନ୍‌ଭେନ୍‌ସନ୍‌ ହଲ୍‌ରେ ଓଡ଼ିଶା କୃଷକ ଉତ୍ପାଦକ ସଂଗଠନ ସମାବେଶ-୨୦୨୧ ଉଦଯାପିତ । ଯୋଗଦେଲେ ମନ୍ତ୍ରୀ ଅରୁଣ ସାହୁ(Agriculture Minister Arun Sahoo) । ଅଧିକ ପଢନ୍ତୁ

author img

By

Published : Dec 19, 2021, 7:32 AM IST

ଓଡ଼ିଶା କୃଷକ ଉତ୍ପାଦକ ସଂଗଠନ ସମାବେଶ-୨୦୨
ଓଡ଼ିଶା କୃଷକ ଉତ୍ପାଦକ ସଂଗଠନ ସମାବେଶ-୨୦୨

ଭୁବନେଶ୍ବର: କୃଷକର ଆୟବୃଦ୍ଧି ହେଉଛି କୃଷକ ଉତ୍ପାଦକ ସଂଗଠନର ଉଦ୍ଦେଶ୍ୟ । ମଧ୍ୟସ୍ଥି ବ୍ୟବସ୍ଥାର ଉଚ୍ଛେଦ କରି କୃଷକଙ୍କୁ ଉତ୍ପାଦର ସଠିକ୍‌ ମୂଲ୍ୟ ପ୍ରଦାନ ସଂଗଠନର ମୂଳଲକ୍ଷ୍ୟ । କୃଷକ ଉତ୍ପାଦକ ସଂଗଠନ ମଧ୍ୟରେ ମଧ୍ୟସ୍ଥି ସୃଷ୍ଟି ହେବା ଆଦୌ ଉଚିତ ନୁହେଁ ବୋଲି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ(Agriculture Minister Arun Sahoo) କହିଛନ୍ତି । ଲୋକସେବା ଭବନ କନ୍‌ଭେନ୍‌ସନ୍‌ ହଲ୍‌ରେ ଓଡ଼ିଶା କୃଷକ ଉତ୍ପାଦକ ସଂଗଠନ ସମାବେଶ-୨୦୨୧ ରେ ଯୋଗଦେଇ ମନ୍ତ୍ରୀ ସାହୁ ଏପରି କହିଛନ୍ତି ।

କୃଷକ ଉତ୍ପାଦକ ସଂଗଠନକୁ ମଧ୍ୟସ୍ଥି ବିପଦ: କୃଷି ମନ୍ତ୍ରୀ

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, କୃଷକ ଉତ୍ପାଦକ ସଂଗଠନର ସଫଳତା ଓ କୃଷକମାନଙ୍କ ଆୟ ବହୁଗୁଣିତ ହେବା ପାଇଁ ବ୍ୟାଙ୍କ ମାଧ୍ୟମରେ ପୁଞ୍ଜିନିବେଶ ସହାୟତା, ବଜାର ସୁବିଧା, ମଧ୍ୟସ୍ଥି ଉଚ୍ଛେଦ, ସରକାରୀ ପ୍ରୋତ୍ସାହନ ଓ ସହାୟତା, ଯୋଗାଯୋଗ, ଫସଲ ବିବିଧିକରଣ ପଦ୍ଧତି ଅବଲମ୍ବନ ଆଦି ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଉପରସ୍ତରର ଲୋକମାନେ ଖାଦ୍ୟଦ୍ରବ୍ୟର ବ୍ୟବହାର କଲାବେଳେ ଏଥିରେ ସମ୍ପୃକ୍ତ ଚାଷୀର କଷ୍ଟକୁ ଅନୁଭବ କଲେ ସେମାନେ ଚାଷୀକୁ ଉଚିତ ସମ୍ମାନ ଦେଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି । କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ) ଏବଂ ହିତାଧିକାରୀମାନଙ୍କ ମଧ୍ୟରେ ଏକ ଅନୁକୂଳ ପରିମଣ୍ଡଳ ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ମଞ୍ଚ ପ୍ରତିଷ୍ଠା ପାଇଁ ଏହି ସମାବେଶ ଏକ ପଦକ୍ଷେପ । କୃଷକ ଉତ୍ପାଦକ ସଂଗଠନ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ କରିବା ସହ ସଂଗଠନର ଦୃଢ଼ୀକରଣ ପାଇଁ ଏକ କେନ୍ଦ୍ରୀଭୂତ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ୱାରା ଏହି ସମାବେଶ ଆୟୋଜନ କରାଯାଇଛି ।

କୃଷକ ଉତ୍ପାଦକ ସଂଗଠନ (ମୁଖ୍ୟତଃ କ୍ଷୁଦ୍ର ଓ ନାମମାତ୍ର ଚାଷୀ) କୃଷି କ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସମାଧାନ ଦିଗରେ ଏକ ବଳିଷ୍ଠ ମାଧ୍ୟମ ହିସାବରେ ଉଭା ହୋଇଛି । ଯାହାକି ପୁଂଜିନିବେଶ ପାଇଁ ପ୍ରୟାସ, ବୈଷୟିକ ଉପଯୋଗ ଓ ବିପଣନ ଦିଗରେ ସହାୟକ ହେବ । ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଣୀତ କୃଷକ ଉତ୍ପାଦକ ସଂଗଠନ ୨୦୧୮ ନୀତି-ଏକ ଅନନ୍ୟ କାର୍ଯ୍ୟକ୍ରମ । ଯାହାକି କୃଷକ ଉତ୍ପାଦକ ସଂଗଠନ ସଂପ୍ରସାରଣ ଓ ଦୃଢ଼ୀକରଣରେ ସହାୟକ ହେବ । ବର୍ତ୍ତମାନ ସରକାରଙ୍କ ବିିଭିନ୍ନ କୃଷି ଓ ଉଦ୍ୟାନ କୃଷି ସମ୍ବନ୍ଧୀୟ ଯୋଜନା ଅନ୍ତର୍ଗତ ୧୦ ହଜାର କୃଷକ ଉତ୍ପାଦକ ଗୋଷ୍ଠୀର ଗଠନ ଓ ବୃଦ୍ଧି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ରୁ ଅଧିକ କୃଷକ ଉତ୍ପାଦକ ସଂଗଠନ ଗଠିତ ହୋଇ ସରକାରୀ ସହାୟତା ପାଉଛନ୍ତି ।

କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ନାବାର୍ଡ ଓ କ୍ଷୁଦ୍ରଚାଷୀମାନଙ୍କର କୃଷି ବ୍ୟବସାୟିକ ସଂଗଠନ ସହ ୪୫୦ରୁ ଊଦ୍ଧ୍ୱର୍ କୃଷକ ଉତ୍ପାଦକ ସଂଗଠନ ପଂଜୀକୃତ ହୋଇଛନ୍ତି । କେନ୍ଦ୍ର ଯୋଜନା ଅନ୍ତର୍ଗତ ୧୦ ହଜାର କୃଷକ ଉତ୍ପାଦକ ସଂଗଠନର ବିରଚନା ଓ ସଂପ୍ରସାରଣ କାର୍ଯ୍ୟକ୍ରମରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୪୧ଟି କୃଷକ ଉତ୍ପାଦକ ସଂଗଠନ ବିରଚିତ ହୋଇଛି, ଯେଉଁଥିରୁ କି ନାବାର୍ଡ, ନାଫେଡ୍‌, କ୍ଷୁଦ୍ରଚାଷୀ କୃଷି ବ୍ୟବସାୟିକ ସଂଗଠନ, ଜାତୀୟ ସମବାୟ ବିକାଶ ନିଗମ ଓ ଗ୍ରାମ୍ୟ ମୂଲ୍ୟଶୃଙ୍ଖଳ ବିକାଶ ସଂସ୍ଥା ସହ ୧୨୦ଟି କୃଷକ ଉତ୍ପାଦକ ସଂଗଠନ ପଂଜୀକୃତ ହୋଇଅଛି । ଏହି ସମାବେଶରେ ଓଡ଼ିଶାର ୩୦ ଜିଲ୍ଲାରୁ ଶତାଧିକ କୃଷକ ଉତ୍ପାଦକ ସଂଗଠନ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ୭ଟି ଜିଲ୍ଲାର ୧୦ଟି କୃଷକ ଉତ୍ପାଦକ ସଂଗଠନ ଦ୍ୱାରା ମୂଲ୍ୟଯୁକ୍ତ ଉତ୍ପାଦର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ଏହି ସମାବେଶ ପାଇଁ ତଥା ଉଦ୍ୟାନକୃଷି ନିର୍ଦ୍ଦେଶାଳୟକୁ ୱେବପୋର୍ଟାଲ http://fpoodisha.nic.in ଲୋକାର୍ପଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ଏହି ପୋର୍ଟାଲ ରାଜ୍ୟର ସମସ୍ତ କୃଷକ ଉତ୍ପାଦକ ସଂଗଠନ ପାଇଁ ଏକ ବୈଦ୍ୟୁତିକ ମଞ୍ଚ, ଯାହାକି ଏକକ ବାତାୟନ ସେବା ପ୍ରଦାନ କରିବ । ଭଲ ବଜାର ପ୍ରବେଶୀକରଣକୁ ଦୃଢ଼ୀକରଣ, ଅନ୍ୟ ଯୋଜନା ସହ ମିଶ୍ରଣ ଓ ସେମାନଙ୍କ କାର୍ଯ୍ୟଶୈଳୀର ପରିମାପକ ପାଇଁ ବୈଦୁ୍ୟତିକ ପ୍ରଣାଳୀର ଉପଯୋଗ ସକାଶେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ବିଲ୍‌ ଓ ମିଲିଣ୍ଡା ଗେଟ୍‌ ସଂସ୍ଥା ସହ ଅନୁବନ୍ଧିତ ହୋଇଛି ।

ଏହି ସମାବେଶରେ ତିିନିଟି ବ୍ୟବସାୟିକ ଅଧିବେଶନ ଅନୁଷ୍ଠିତ ହୋଇ ବିଶାରଦମାନଙ୍କ ସହ ଆଲୋଚନାପୂର୍ବକ ଉପୁଜିଥିବା ସମସ୍ୟାର ଉପସ୍ଥାପନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତି୍ରପାଠୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଶାସନ ସଚିବ ଆର୍‌. ରଘୁପ୍ରସାଦ, ନାବାର୍ଡର ମୁଖ୍ୟ ସାଧାରଣ ପରିଚାଳକ ସି. ଉଦୟ ଭାସ୍କର ପ୍ରମୁଖ ଯୋଗଦେଇଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.