ETV Bharat / city

Make In Odisha Conclave Preparation: ସମୀକ୍ଷା କଲେ ନବ ନିଯୁକ୍ତ ମନ୍ତ୍ରୀ ପ୍ରତାପ ଦେବ - ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ସମୀକ୍ଷା

ଶକ୍ତି ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ ପରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଯୋଜନା ବାବଦରେ ଆଲୋଚନା କଲେ ପ୍ରତାପ କେଶରୀ ଦେବ । ଅଧିକ ପଢନ୍ତୁ

Make in Odisha Conclave Preparation: ସମୀକ୍ଷା କଲେ ନବ ନିଯୁକ୍ତ ମନ୍ତ୍ରୀ ପ୍ରତାପ ଦେବ

author img

By

Published : Jun 7, 2022, 9:14 PM IST

ଭୁବନେଶ୍ବର: ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଯୋଜନା ବାବଦରେ ଆଲୋଚନା କଲେ ନବ ନିଯୁକ୍ତ ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଅନ୍ୟ ବିଭାଗଗୁଡ଼ିକ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ବିଭାଗର କାର୍ଯ୍ୟଧାରାକୁ ଅଧିକ ଶାଣିତ ଓ ଆଖିଦୃଶିଆ କରିବାକୁ ଦେଲେ ପରାମର୍ଶ । ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ 6-ଟି କାର୍ଯ୍ୟଧାରା ଅନୁସାରେ ଏଣିକି କ୍ଷେତ୍ର ପରିଦର୍ଶନ ଉପରେ ଅଧିକ ଜୋର ଦେବେ ବୋଲି ସେ କହିଛନ୍ତି ।

ଖାରବେଳ ଭବନ ସ୍ଥିତ ଶିଳ୍ପ ବିଭାଗ ପରିଦର୍ଶନରେ ଯାଇ ମନ୍ତ୍ରୀ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ତାଙ୍କୁ ବିଭାଗ ତରଫରୁ ସ୍ୱାଗତ ଜଣାଇଥିଲେ । ବିଭାଗର ସମ୍ମିଳନୀ କକ୍ଷରେ ଅଧିକାରୀଙ୍କ ସହ ପରିଚିତ କରାଇଛନ୍ତି । ଶିଳ୍ପ ବିଭାଗ ଅନ୍ୟ ବିଭାଗଗୁଡ଼ିକ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ବିଭାଗର କାର୍ଯ୍ୟଧାରାକୁ ଅଧିକ ଶାଣିତ ଓ ଆଖିଦୃଶିଆ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନିଜକୁ ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ସାମିଲ କରି ମୁଖ୍ୟମନ୍ତ୍ରୀଙ୍କ 6-ଟି କାର୍ଯ୍ୟଧାରା ଅନୁସାରେ ଏଣିକି କ୍ଷେତ୍ର ପରିଦର୍ଶନ ଉପରେ ଅଧିକ ଜୋର ଦେବେ ବୋଲି କହିଛନ୍ତି ।

ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ବିଭାଗ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ଦେଇଛନ୍ତି । କୋଏମ୍ବାଟୁରର ପୋଷାକ ଶିଳ୍ପ ଏବଂ ଲାଇଟିଂ ଇଞ୍ଜିନିୟରିଂ ଶିଳ୍ପ ଓ କୋଲକାତାର ପ୍ରେଟ୍ରୋକେମିକାଲ ଶିଳ୍ପକୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆମନ୍ତ୍ରଣ ପାଇଁ ଉଦ୍ୟମ କରୁଥିବା ସଚିବ ସୂଚନା ଦେଇଛନ୍ତି । ଏଥି ସହିତ ପ୍ରତିମାସ ଜିଲ୍ଲାସ୍ତରରେ ‘ଇଣ୍ଡଷ୍ଟ୍ରିଜ୍‌ କେୟାର’ କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପ ସଂସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ କରାଯାଉଥିବା ସେ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ଅତିରିକ୍ତ ଶାସନ ସଚିବ ଶୁଭେନ୍ଦ୍ର କୁମାର ନାୟକ, ଇଡ୍‌କୋର ସିଜିଏମ୍‌(ଲ୍ୟାଣ୍ଡ) ବିଜୟ କୁମାର ଦାସ, ସିଜିଏମ୍‌ (ଅର୍ଥ) ଅଶ୍ୱିନୀ କୁମାର ବିଶ୍ୱାଳ, ସିଜିଏମ୍‌ ସରୋଜ କୁମାର ମହାନ୍ତି, ଅଶୋକ କୁମାର ମିଶ୍ରଙ୍କ ସମେତ ସମସ୍ତ ମୁଖ୍ୟ ସାଧାରଣ ପରିଚାଳକମାନେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.