ଭୁବନେଶ୍ବର: ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ, ଛତିଶଗଡ ଭଳି କେତେକ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପୁଣି ଥରେ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକଡାଉନ କରାଯାଇଛି । ଏପରି ସ୍ଥିତିରେ ରାଜ୍ୟରେ କୋରୋନାର ଦ୍ବିତୀୟ ଲହରୀକୁ ନେଇ ରାଜ୍ୟ ଗଣଶିକ୍ଷା ବିଭାଗ ସଜାଗ ରହିଛି ।
ରାଜ୍ୟର ସମସ୍ତ ସ୍କୁଲରେ କୋଭିଡ ନିୟମକୁ କଡାକଡି କରାଯାଇଛି । ଏସଓପିକୁ ପାଳନକୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଦୂରତା, ମାସ୍କ ପ୍ରତି ଗୁରୁତ୍ବ ବିଭାଗୀୟ ଅଧିକାରୀଙ୍କୁ ନଜର ମଧ୍ୟ କୁହାଯାଇଛି ।
ଅନ୍ୟ ରାଜ୍ୟ ପରି ଓଡିଶାରେ ସେପରି ସ୍ଥିତି ଆସିନାହିଁ । ପରିସ୍ଥିତି ଦେଖି ବ୍ୟବସ୍ଥା ଗ୍ରହଣ କରାଯିବ। ରାଜ୍ୟରେ କୋଭିଡ ନିୟମ ପାଳନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କୋରୋନାକୁ ଆମେ ସଫଳତାର ସହ ମୁକାବିଲା କରିଛେ। ଅନ୍ୟପଟେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବାକୁ ନେଇ ନିଷ୍ପତ୍ତି ହୋଇନି । ଅନ୍ୟ ରାଜ୍ୟ ଗୁଡିକରେ ସଂକ୍ରମଣ ବଢୁଛି । ଯେଉଁ କ୍ଳାସ ଚାଲିଛି ତାହା ଚାଲିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ