ETV Bharat / city

Eco Retreat 2021: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, 7ଟି ସ୍ଥାନରେ ମଜା ନେବେ ପର୍ଯ୍ୟଟକ - ଇକୋ ରିଟ୍ରିଟ2021 ଉଦଘାଟିତ

ଆଜି ଠାରୁ ରାଜ୍ୟର 7 ଟି ସ୍ଥାନରେ ଆରମ୍ଭ ହୋଇଛି EcoRetreat-2021 । ଏହାକୁ ଭିସି ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତର ବିଳାସପୂର୍ଣ୍ଣ କ୍ୟାମ୍ପିଂ ଫେଷ୍ଟିଭାଲ ଓଡିଶା ଇକୋ ରିଟ୍ରିଟ Eco Retreat କୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସ୍ବାଗତ କରିଛନ୍ତି । ଅଧିକ ପଢନ୍ତୁ

Eco Retreat 2021
Eco Retreat 2021
author img

By

Published : Dec 15, 2021, 6:17 PM IST

ଭୁବନେଶ୍ବର: ଆଜି ଠାରୁ ରାଜ୍ୟର 7 ଟି ସ୍ଥାନରେ ଆରମ୍ଭ ହୋଇଛି EcoRetreat-2021 । Eco Retreat କୁ ଭିସି (Video Conference) ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) । ପୂର୍ବ ଭାରତର ବିଳାସପୂର୍ଣ୍ଣ କ୍ୟାମ୍ପିଂ ଫେଷ୍ଟିଭାଲ ଓଡିଶା ଇକୋ ରିଟ୍ରିଟକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସ୍ବାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର Eco Retreat ମଡେଲ ଦେଶରେ ଲୋକପ୍ରିୟତା ହାସଲ କରିଛି ।

Eco Retreat 2021: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, 7 ଟି ସ୍ଥାନରେ ପର୍ଯ୍ୟଟକ ନେଇ ପାରିବେ ମଜା

ଏହା ପୂର୍ବରୁ ପାଞ୍ଚଟି ବିଭିନ୍ନ ସ୍ଥାନ ଏହା କରାଯାଉଥିଲା । ଏହାର ସଫଳତାକୁ ଦୃଷ୍ଟିରେ ରଖି ଚଳିତ ସଂସ୍କରଣର ଆଉ ଦୁଇଟି ସ୍ଥାନ ଯୋଡାଯାଇଛି । କୋରାପୁଟରେ ଏବଂ ଗଞ୍ଜାମ ଜିଲ୍ଲାରେ ନୂଆ କରି Eco Retreat ଚଳିତବର୍ଷରୁ ଆରମ୍ଭ ହୋଇଛି । ଦେଶୀୟ ପର୍ଯ୍ୟଟକଙ୍କୁ Eco Retreat 2021 ସୁନ୍ଦର ଅନୁଭୂତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୋଭିଡ ଗାଇଡ ଲାଇନ ପାଳନ କରି ଏହାର ସୁବିଧା ଏବଂ ସେବାକୁ ଉପଭୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି । ପୂର୍ବ ସଫଳତାକୁ ଦୃଷ୍ଟିରେ ରଖି ଚଳିତବର୍ଷ 7 ଟି ସ୍ଥାନରେ ପର୍ଯ୍ୟଟକଙ୍କୁ ମିଳିବ Eco Retreat ର ମଜା ।

ସୂଚନା ଅନୁସାରେ କୋଣାର୍କ, ଦାରିଙ୍ଗବାଡି, ଭିତରକନିକା, ସମ୍ବଲପୁର, ସାତକୋଶିଆ ସମେତ କୋରାପୁଟ ଓ ଗଞ୍ଜାମରେ ନିଆରା ଉତ୍ସବର ମଜା ନେଇପାରିବେ । ପର୍ଯ୍ୟଟକଙ୍କ ପାଇଁ କଟେଜ ସହିତ ବିଳାସପୂର୍ଣ୍ଣ ଟେଣ୍ଟ, ଖେଳ ସହ ଭଳିକି ଭଳି ଦେଶୀ, ବିଦେଶୀ ଖାଦ୍ୟ ଏବଂ ମନୋରଞ୍ଜନ ପାଇଁ ଭରପୂର କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।

ଏହାବାଦ କୋଣାର୍କର ରାମଚଣ୍ଡୀ ନିକଟ କୁଶଭଦ୍ରା ନଦୀ ମୁହାଣରେ 70 ଟି ଅତ୍ୟାଧୁନିକ ଟେଣ୍ଟ ନିର୍ମାଣ ହୋଇଛି । ସେହିପରି ଭିତରକନିକା ପେଣ୍ଠ ବେଳାଭୂମିରେ ହୋଇଛି Eco Retreat । ଦାରିଙ୍ଗବାଡି, ସମ୍ବଲପୁର ଆଦି ସ୍ଥାନରେ ହୋଇଥିବା Eco Retreat ର ମଜା ନେଇ ପାରିବେ ପର୍ଯ୍ୟଟକ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.