ETV Bharat / city

CMRFକୁ ୫ କୋଟି ଟଙ୍କା ଦେଲା ଓଡିଶା ପାନୀୟ ନିଗମ - CMRFକୁ ୫ କୋଟି '

ରାଜ୍ୟର କୋଭିଡ୍ ଲଢେଇରେ ନିଜର ଯୋଗଦାନ ଭାବେ ଓଡ଼ିଶା ପାନୀୟ ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟି ଟଙ୍କା ଦାନ କରିଛି । ଅଧିକ ପଢନ୍ତୁ...

CMRFକୁ ୫ କୋଟି ଟଙ୍କା ଦେଲା ଓଡିଶା ପାନୀୟ ନିଗମ

author img

By

Published : Jun 23, 2021, 8:58 PM IST

ଭୁବନେଶ୍ବର: ରାଜ୍ୟର କୋଭିଡ୍ ଲଢେଇରେ ନିଜର ଯୋଗଦାନ ଭାବେ ଓଡ଼ିଶା ପାନୀୟ ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟି ଟଙ୍କା ଦାନ କରିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ନିଗମର ଅଧ୍ୟକ୍ଷ ତଥା ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀଙ୍କ ଠାରୁ ରାଜ୍ୟ ଲୋକସେବା ଭବନ ଠାରେ ଏହି ରାଶିର ଚେକ୍ ଗ୍ରହଣ କରିଛନ୍ତି । ଚେକ୍ ପ୍ରଦାନ ସମୟରେ ନିଗମର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସେଠୀ ଉପସ୍ଥିତ ଥିଲେ ।

କୋଭିଡ୍ ଲଢ଼େଇରେ ନିଗମର ଅବଦାନ ବିଷୟ ସୂଚୀତ କରି ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ କହିଥିଲେ ଯେ, ଗତବର୍ଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ଜାନୁଆରୀ ମାସରେ ମଧ୍ୟ ନିଗମ ରାଜ୍ୟ ସରକାରଙ୍କୁ ପ୍ରାୟ ୭.୫୮ କୋଟି ଟଙ୍କା ଲାଭାଂଶ ଦେଇଛି ।

ଏହାଛଡ଼ା ପାନୀୟ ନିଗମ ମଧ୍ୟ ଆଧୁନିକ ଜୀବନ ସହାୟକକାରୀ ଆମ୍ବୁଲାନ୍ସ ନିମନ୍ତେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କୁ 1. 43 କୋଟି ଟଙ୍କା ପ୍ରଦାନ କରିଛନ୍ତି । କୋଭିଡ୍ ମହାମାରୀ ମୁକାବିଲା ନିମନ୍ତେ ନିଗମ ଦିବ୍ୟାଙ୍ଗ ଓ କିନ୍ନର ମାନଙ୍କ ମଧ୍ୟରେ ବହୁ ପରିମାଣରେ ମାସ୍କ ଓ ସାନିଟାଇଜର ବଣ୍ଟନ କରିଛନ୍ତି ।

ଏତାଦୃଶ କାର୍ଯ୍ୟ ପାଇଁ ନିଗମକୁ ସାଧୁବାଦ ଜଣାଇବା ସହ ଉଭୟ କାର୍ଯ୍ୟାଳୟ ଓ ବ୍ୟକ୍ତିଗତ ସ୍ତରରେ କୋଭିଡ଼ ନିୟମର କଡାକଡି ଅନୁପାଳନ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଜନସାଧାରଣଙ୍କ ମଧ୍ୟରେ କୋଭିଡ଼ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.