ଭୁବନେଶ୍ବର: ରାଜ୍ୟରେ ବଢିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି 673ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଆଜି କୋରୋନା ଯୋଗୁଁ 6 ଜଣଙ୍କ ମୃତ୍ୟୁ ହୋଇଛି । ଆଜି ଚିହ୍ନଟ ହୋଇଥିବା 673ଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ 446 ଚିହ୍ନଟ ହୋଇଥିବାବେଳେ 227 ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି । ଲକଡାଉନର 3ୟ ଦିନରେ ସଂକ୍ରମଣ କମିବାରେ ନାହିଁ ।
ଆଜି ବି ଗଞ୍ଜାମ ଜିଲ୍ଲାରେ 200ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 239ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳରୁ 4, ବାଲେଶ୍ବରରୁ 13, ବରଗଡରୁ 22, ଭଦ୍ରକରୁ 58, କଟକରୁ 32,ଢେଙ୍କାନାଳରୁ 10, ଗଜପତିରୁ 15,ଜଗତସିଂହପୁରରୁ 36, ଯାଜପୁରରୁ 28, ଝାରସୁଗୁଡା 14, କନ୍ଧମାଳା 44, କେନ୍ଦ୍ରାପଡାରୁ 4, ଖୋର୍ଦ୍ଧାରୁ 58, କେନ୍ଦୁଝରରୁ 24, କୋରାପୁଟ 41, ମାଲକାନାଗିରିରୁ 4, ମୟୂରଭଞ୍ଜରୁ 1, ନୟାଗଡରୁ 4,ପୁରୀରୁ 4, ସମ୍ବଲପୁରରୁ 3, ସୋନପୁରରୁ 4, ସୁନ୍ଦରଗଡରୁ 11 ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି ।
ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 18ହଜାର 110ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 12,452ଜଣ ସୁସ୍ଥ ହୋଇଥିବାବେଳେ ସକ୍ରିୟ ମାମଲା 5533 ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ