ଭୁବନେଶ୍ବର: ସୋମବାର ସକାଳେ 103 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ 99 ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ 649 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ତେବେ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ରାଜ୍ୟରେ ଟେଷ୍ଟିଂ ପ୍ରକ୍ରିୟାରେ ବୃଦ୍ଧି ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହା ସହ ସେହି ଅନୁପାତରେ ସୁସ୍ଥ ମଧ୍ୟ ଲୋକଙ୍କ ସଂଖ୍ୟ ମଧ୍ୟ ବଢୁଛି । ଯାହା ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ପଲଟିଛି ।
ତେବେ ଏହି 99 ଜଣଙ୍କ ମଧ୍ୟରେ ବାଲେଶ୍ବରରେ 34ଜଣ, ଗଞ୍ଜାମରେ 15, ଯାଜପୁର ଓ କେନ୍ଦ୍ରାପଡାରେ 13 ଜଣ, ପୁରୀରେ 10 ଜଣ, ଭଦ୍ରକରେ 9 ଜଣ, ନୟାଗଡରେ 3 ଜଣ ଓ ସୁନ୍ଦରଗଡ ଓ ଦେଓଗଡରେ 1 ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 1438 ରହିଥିବା ବେଳେ 782 ସକ୍ରିୟ ରହିଛନ୍ତି । 649 ଜଣ ସୁସ୍ଥ ହୋଇଥିବା ବେଳେ 7 ଜଣ ମୃତ୍ୟୁବରଣ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ