ଭୁବନେଶ୍ବର: ରାଜ୍ୟରେ କୋରୋନା ଦୈନିକ ସଂକ୍ରମଣ ଏବେ ତଳ ମୁହାଁ ହେଉଛି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୨୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୯୩୯ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୬୯୦ଟି ଲୋକାଲ କେସ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୭୦ ହଜାର ୮୧୪ରେ ପହଞ୍ଚିଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୩୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୪୪, ବାଲେଶ୍ବରରୁ ୯୩, ବରଗଡ଼ରୁ ୧୧, ଭଦ୍ରକରୁ ୭୬, ବଲାଙ୍ଗୀରରୁ୫, ବୌଦ୍ଧରୁ ୨, କଟକରୁ ୧୬୦, ଦେବଗଡ଼ରୁ ୯, ଢେଙ୍କାନାଳରୁ ୩୯, ଗଜପତିରୁ ୨, ଗଞ୍ଜାମରୁ ୮, ଜଗତସିଂହପୁରରୁ ୬୭, ଯାଜପୁରରୁ ୮୪, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୫, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୪୭, କେନ୍ଦୁଝରରୁ ୨୯, କୋରାପୁଟରୁ ୪, ମାଲକାନଗିରିରୁ ୫, ମୟୂରଭଞ୍ଜରୁ ୫୩, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୩୮, ନୂଆପଡ଼ାରୁ ୧୦, ପୁରୀରୁ ୯୬, ରାୟଗଡ଼ାରୁ ୧୨, ସମ୍ବଲପୁରରୁ ୧୪, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୨୨, ଷ୍ଟେଟ ପୁଲ୍ରୁ ୧୧୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ