ଭୁବନେଶ୍ବର: ସୂଚନାଧିକାର କର୍ମୀଙ୍କ ପାଇଁ ମରଣଭୂଇଁ ପାଲଟିଛି ଓଡିଶା । ଲଗାତାର ଭାବେ ଏମାନଙ୍କୁ ଟାର୍ଗେଟ କରାଯାଉଛି ଆଉ ଶେଷରେ ମାରି ଫୋପାଡ଼ି ଦିଆଯାଉଛି । ଯାହାକୁ ନେଇ ସବୁଠି ଉଦବେଗ ପ୍ରକାଶ ପାଇଛି । ନିକଟରେ କେନ୍ଦ୍ରାପଡାର ରଞ୍ଜନ ଦାଶ ହତ୍ୟା ଘଟଣା ଏକ ପ୍ରକାର ଆଲୋଡନ ସୃଷ୍ଟି କରିଛି । ଏହା ପୂର୍ବରୁ ଅଭିମନ୍ୟୁ ପଣ୍ଡାଙ୍କୁ ବି ହତ୍ୟା କରାଯାଇଥିଲା ।
![_RTI activist](https://etvbharatimages.akamaized.net/etvbharat/prod-images/od-bbs-4-rtiactivist-avo-7205239_10022020184012_1002f_1581340212_1099.png)
ଦୁର୍ନୀତି ଓ ଅନିୟମିତତା ଚାପିବା ପାଇଁ ଶେଷରେ ଅନେକ ସୂଚନାଧିକାର କର୍ମୀଙ୍କ ଜୀବନ ଚାଲିଯାଉଛି । ଏହାକୁ ନେଇ ଦେଶର ବିଭିନ୍ନ ଭାଗର 18 ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । 18 ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ 4ଟି ଦାବି ରଖିଛନ୍ତି । ପ୍ରଥମତଃ ସୁରକ୍ଷା, ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଭଳି ଦାବି ରହିଛି ।
![_RTI activist](https://etvbharatimages.akamaized.net/etvbharat/prod-images/od-bbs-4-rtiactivist-avo-7205239_10022020184012_1002f_1581340212_885.png)
ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି ଓ ବିରୋଧୀ ଦଳର ନେତା ମିଳିତ ଭାବରେ ଏକ ଚିଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଲେଖିଛନ୍ତି । ଯେଉଁଥିରେ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ଦର୍ଶାଯାଇଛି ।
![_RTI activist](https://etvbharatimages.akamaized.net/etvbharat/prod-images/od-bbs-4-rtiactivist-avo-7205239_10022020184012_1002f_1581340212_885.png)
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ