ETV Bharat / city

ଶଙ୍ଖ ଧରିଲେ ଚନ୍ଦ୍ରଶେଖର ମାଝୀ, ଦଳ ଉପରେ ପ୍ରଭାବ ପଡ଼ିବନି କହିଲେ ନିରଞ୍ଜନ

author img

By

Published : Sep 15, 2021, 3:36 PM IST

ହାତ ଛାଡି ଶଙ୍ଖ ଫୁଙ୍କିଛନ୍ତି ଚନ୍ଦ୍ରଶେଖର ମାଝୀ । ତେବେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ...

ଶଙ୍ଖ ଧରିଲେ  ଚନ୍ଦ୍ରଶେଖର ମାଝୀ, ଦଳ ଉପରେ ପ୍ରଭାବ ପଡ଼ିବନି କହିଲେ ନିରଞ୍ଜନ
ଶଙ୍ଖ ଧରିଲେ ଚନ୍ଦ୍ରଶେଖର ମାଝୀ, ଦଳ ଉପରେ ପ୍ରଭାବ ପଡ଼ିବନି କହିଲେ ନିରଞ୍ଜନ

ଭୁବନେଶ୍ବର: କଂଗ୍ରେସ ଦଳର ପୂର୍ବତନ କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝୀ ଆଜି (ବୁଧବାର) ଦଳ ଛାଡି ଶାସକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ହାତ ଛାଡି ଶଙ୍ଖ ଫୁଙ୍କିଛନ୍ତି ଚନ୍ଦ୍ରଶେଖର ମାଝୀ । ତେବେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କେହି ଜଣେ ସଦସ୍ୟଙ୍କ ଇସ୍ତଫା ଦଳ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କୋଟପାଡ଼ର ପୂର୍ବତନ ବିଧାୟକ ବିଜେଡିରେ ସାମିଲ ହେବା କଥା କହଛନ୍ତି । ଗତକାଲି(ମଙ୍ଗଳବାର) କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ ଚନ୍ଦ୍ରଶେଖର ମାଝୀ । ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି କଂଗ୍ରେସ ଦଳ ଏକ ବଟବୃକ୍ଷ । ବିରାଟ ଦଳ । ଦଳରେ ହଜାର ହଜାର ନେତା କର୍ମୀ ରହିଛନ୍ତି । କିଏ ଜଣେ ଦଳ ପରିତ୍ୟାଗ କଲେ କଂଗ୍ରେସ ଦୁର୍ବଳ ହେବନାହିଁ । ଯିଏ ଯିବା କଥା ଯାଆନ୍ତୁ ।

କୋରାପୁଟ ଜିଲ୍ଲାରେ କଂଗ୍ରେସ ସୁଦୃଢ ଅଛି । କିଏ ଜଣେ ଦଳ ଛାଡିଦେଲେ ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଦଳକୁ ସୁଦୃଢ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ନିରଞ୍ଜନ କହିଛନ୍ତି । ସେହିପରି ବିଜେପି ବିଜେଡିକୁ ସମାଲୋଚନା କରି କହିଛନ୍ତି ଉଭୟ ଦଳର ରାଜନୀତି ସମସ୍ତେ ଜାଣନ୍ତି । ଭଭୟ ଦଳ ଟଙ୍କା ବଦଳରେ କମର୍ସିଆଲ ରାଜନୀତି କରୁଛନ୍ତି ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.