ETV Bharat / city

'ରାଜ୍ୟ ସରକାର ୨୧ ବର୍ଷ ଧରି ଚାଷୀଙ୍କୁ ଠକୁଛନ୍ତି'

author img

By

Published : Sep 9, 2021, 1:40 PM IST

ଚାଷୀ ଓ ଚାଷ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଲା କଂଗ୍ରେସ । ରାଜ୍ୟ ସରକାର 21 ବର୍ଷ ଧରି ଚାଷୀଙ୍କୁ ପ୍ରତାରିତ କରିଆସୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ରଙ୍କ ଅଭିଯୋଗ । ଅଧିକ ପଢନ୍ତୁ...

'ରାଜ୍ୟ ସରକାର ୨୧ ବର୍ଷ ଧରି ଚାଷୀଙ୍କୁ ଠକୁଛନ୍ତି'
'ରାଜ୍ୟ ସରକାର ୨୧ ବର୍ଷ ଧରି ଚାଷୀଙ୍କୁ ଠକୁଛନ୍ତି'

ଭୁବନେଶ୍ବର: ଚାଷୀ ଓ ଚାଷ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଲା କଂଗ୍ରେସ । ରାଜ୍ୟ ସରକାର 21 ବର୍ଷ ଧରି ଚାଷୀଙ୍କୁ ପ୍ରତାରିତ କରିଆସୁଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବାଙ୍କୀର ପୂର୍ବତନ ବିଧାୟକ ତଥା ଦଳର ମୁଖପାତ୍ର ଦେବାଶିଷ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଦେବାଶିଷ କହିଛନ୍ତି ଯେ, 8 ହଜାର ଚାଷୀ ଆତ୍ମହତ୍ୟା କଲେଣି ହେଲେ ସରକାରଙ୍କ ନିଦ ଭାଙ୍ଗୁନହିଁ । କାଳିଆ ଯୋଜନା ଟଙ୍କା ଅଯୋଗ୍ୟ ହିତାଧିକାରୀମାନେ ହଡପ କଲେ । ଜଳସେଚନ ପ୍ରତିଶୃତିରେ ମଧ୍ୟ ସରକାର ବିଫଳ ହୋଇଛନ୍ତି । 35 ପ୍ରତିଶତ ଚାଷ ଜମିକୁ ଜଳସେଚିତ କରିବେ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର । ହେଲେ ତାହା କରିପାରିନାହାନ୍ତି, ସାର ଯୋଗେଇବା କ୍ଷତ୍ରରେ ମଧ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କୁ ଉପେକ୍ଷା କରିଛନ୍ତି । ଏଥର 200 ବ୍ଲକ ମରୁଡି ପ୍ରପୀଡ଼ିତ ହେବ ବୋଲି କଂଗ୍ରେସ ଆକଳନା କରିଛି । ସରକାର ଏ ଦିଗରେ କଣ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦେବାଶିଷ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.