ETV Bharat / city

କଂଗ୍ରେସ ଟାର୍ଗେଟରେ ସରକାର, କହିଲା ଶିକ୍ଷକ ନିଯୁକ୍ତି ଏକ ଡ୍ରାମା

author img

By

Published : Dec 16, 2021, 9:09 PM IST

ନବନିଯୁକ୍ତ ଶିକ୍ଷକଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ବିରୋଧୀ ରାଜନୀତିର ଗନ୍ଧ ବାରିଛନ୍ତି । ସରକାରଙ୍କୁ ତେରଛା ବାଣ ମାରିଛି କଂଗ୍ରେସ । ଅଧିକ ପଢନ୍ତୁ

CM Naveen Patnaik
CM Naveen Patnaik

ଭୁବନେଶ୍ବର: ନବନିଯୁକ୍ତ ଶିକ୍ଷକଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ (Chief Minister Naveen Patnaik) । ଏହାକୁ ନେଇ ବିରୋଧୀ ରାଜନୀତିର ଗନ୍ଧ ବାରିଛନ୍ତି ଏବଂ ସରକାରଙ୍କୁ ତେରଛା ବାଣ ମାରିଛି କଂଗ୍ରେସ।

ନିର୍ବାଚନ ପାଇଁ ଡ୍ରାମା କରୁଛନ୍ତି ରାଜ୍ୟ ସରକାର :କଂଗ୍ରେସ

ରାଜ୍ୟ କଂଗ୍ରେସ କହିଛି ଏହା ସରକାରଙ୍କ ଏକ ନିର୍ବାଚନୀ ଚାଲ । ଯେହେତୁ ଆଗକୁ ନିର୍ବାଚନ ଆସୁଛି,ସାରା ରାଜ୍ୟର ସ୍କୁଲ ଗୁଡିକରୁ ଶିକ୍ଷକ ଶିକ୍ଷୟିତ୍ରୀ ବସ ଯୋଗେ ଆଣି ଏଠି କାର୍ଯ୍ୟକ୍ରମ କରି ସେମାନଙ୍କୁ ନିଯୁକ୍ତି ପତ୍ର ଦେବା ଏକ ଲୋକଦେଖାଣିଆ ଡ୍ରାମା। ସରକାର ଜାଣିଶୁଣି ଡ୍ରାମା କରୁଛନ୍ତି । ନିର୍ବାଚନରେ ସଫଳତା ପାଇଁ । ସ୍କୁଲ ଗୁଡିକରେ ଭିତ୍ତିଭୂମି ନାହିଁ । ପାଖାପାଖି 50 ହଜାର ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ଖାଲି ପଡିଛି। 6 ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦେଇ ନିର୍ବାଚନ ସମୟରେ ତାଙ୍କ ଦ୍ବାରା ପ୍ରଚାର ପ୍ରସାର କରିବେ ସରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ସୂଚନାଯୋଗ୍ୟଯେ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ଭୂମିକା ଗ୍ରହଣ କରିଛନ୍ତି ସରକାର । 5-T କାର୍ଯ୍ୟକ୍ରମ ଆଧାରରେ ସରକାରୀ ସ୍କୁଲ ଗୁଡିକର ରୂପାନ୍ତରଣ ହେଉଛି । ଆଜି (ଗୁରୁବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ 6 ହଜାର 131 ଶିକ୍ଷକଙ୍କୁ ନିଯୁକ୍ତି (Appointment letters distributed to 6,131 teachers by Odisha CM Naveen Patnaik ) ସହ ଗୁରୁ ମନ୍ତ୍ର ଦେଇଛନ୍ତି । ଏହି ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଓରିଏଣ୍ଟସନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.