ETV Bharat / city

ରାଜ୍ୟ କଂଗ୍ରେସର ହେବ ନବକଳେବର, ୨୧ରେ ଓଡିଶା ଆସୁଛନ୍ତି ପ୍ରଭାରୀ ଚେଲ୍ଲା କୁମାର

author img

By

Published : Apr 17, 2022, 6:31 PM IST

ଆସନ୍ତା ୨୧ ତାରିଖରେ ଚେଲା କୁମାର ଭୁବନେଶ୍ୱର ଆସୁଥିବା ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଅଧିକ ପଢନ୍ତୁ Odisha Congress in-charge A Chellakumar coming to odisha next week says MLA Santosh Singh Saluja

୨୧ରେ ଓଡିଶା ଆସୁଛନ୍ତି ଚେଲା କୁମାର
୨୧ରେ ଓଡିଶା ଆସୁଛନ୍ତି ଚେଲା କୁମାର

ଭୁବନେଶ୍ବର: ମୁଖିଆ ପରିବର୍ତ୍ତନ ନେଇ ରାଜ୍ୟ କଂଗ୍ରେସ କ୍ୟାମ୍ପ୍‌ ଏବେ ଚଳଚଞ୍ଚଳ । ନିରଞ୍ଜନ ପଟ୍ଟନାୟକଙ୍କ ପରେ କାହାକୁ ମିଳିବ ସଂଗଠନ ଦାୟିତ୍ବ । ନୂଆ PCC ସଭାପତି କିଏ ହେବେ ଚର୍ଚ୍ଚା ଲାଗିରହିଥିବାବେଳେ ଆସନ୍ତା ସପ୍ତାହରେ ରାଜ୍ୟ ପ୍ରଭାରୀ ଡ଼କ୍ଟର ଚେଲ୍ଲା କୁମାର ଓଡିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୨୧ ତାରିଖରେ ଚେଲ୍ଲା କୁମାର ଭୁବନେଶ୍ୱର ଆସୁଥିବା ନେଇ ସୂଚନା ଦେଇଛନ୍ତି ବିଧାୟକ ସନ୍ତୋଷ ସିଂହ ସାଲୁଜା । ନାମ ଘୋଷଣା ପୂର୍ବରୁ ନିରାଶ ନେତା କାଳେ କିଛି ନିଷ୍ପତି ନେଇଯିବେ ବୋଧେ, ପ୍ରଭାରୀ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଆଗୁଆ ଆସୁଥିବା ଚର୍ଚ୍ଚା ହେଉଛି ।

୨୧ରେ ଓଡିଶା ଆସୁଛନ୍ତି ଚେଲା କୁମାର

ଅନ୍ୟପଟେ ହାଇକମାଣ୍ଡଙ୍କ କୋର୍ଟରେ ଏବେ ନିଷ୍ପତି ଥିବାରୁ ପ୍ରଦେଶ କଂଗ୍ରେସ କମିଟିର ମୁଖିଆ(OPCC) ହେବାକୁ ରାଜ୍ୟର ଅନେକ ନେତା କେବଳ ମନ ବଳେଇବସିଛନ୍ତି । କିଛି ନେତା ଗଣମାଧ୍ୟମରେ ମାପିଚୁପି ବୟାନ ରଖୁଛନ୍ତି । ତେବେ କେବଳ ପିସିସି ସଭାପତି ବଦଳିବେ ନା ସଂପୂର୍ଣ୍ଣ ପିସିସିର ଚେହେରା ବଦଳିବ ଏନେଇ ମଧ୍ୟ ସସପେନ୍ସ ରହିଛି । ଏପରି ସ୍ଥିତିରେ କଂଗ୍ରେସ ପ୍ରଭାରୀ ଡ଼କ୍ଟର ଚେଲ୍ଲା କୁମାରଙ୍କ ଓଡିଶା ଗସ୍ତ ବିଶେଷ ଗୁରୁତ୍ୱ ବହନ କରୁଛି । ବିଧାୟକ ଦଳ ନେତା ପରିବର୍ତ୍ତନ ନେଇ ମଧ୍ୟ ଚର୍ଚ୍ଚା ଥିବା ଦଳୀୟ ସୂତ୍ରରୁ ଶୁଣିବାକୁ ମିଳୁଛି ।

ରାହୁଲ ଗାନ୍ଧୀ ଲଣ୍ଡନ ଗସ୍ତରେ ଥୁବାରୁ ବିଧାୟକମାନଙ୍କ ଦିଲ୍ଲୀ ଗସ୍ତ ଏବେ ସାମୟିକ ଭାବେ ସ୍ଥଗିତ ରହିଛି । ଖୁବଶୀଘ୍ର ପିସିସିର ପୁନର୍ଗଠନ ହେବ । ନୂଆ ପିସିସି ସଭାପତି ସହ ସାଙ୍ଗଠନିକ କ୍ଷେତ୍ରରେ ବହୁ ପରିବର୍ତ୍ତନ ହେବ ବୋଲି ସୂଚନା ଦେଇଛନ୍ତି ବିଧାୟକ ସନ୍ତୋଷ ସିଂହ ସାଲୁଜା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.