ETV Bharat / city

OdishaAssembly: ଦରଦାମ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

author img

By

Published : Jul 19, 2022, 6:58 PM IST

Updated : Jul 19, 2022, 8:23 PM IST

ବିଧାନସଭାରେ ଆଜି କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ସବକା ସାଥ, ସବକା ବିକାଶ, ଦରଦାମ ବୃଦ୍ଧି ଯୋଗୁଁ ରାଜ୍ୟର କୃଷକ, ଶ୍ରମିକ, ଛାତ୍ର ଓ ଯୁବକଙ୍କର ବିନାଶ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛି ବିରୋଧୀ କଂଗ୍ରେସ । ଅଧିକ ପଢନ୍ତୁ

OdishaAssembly: ଦରଦାମ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ
OdishaAssembly: ଦରଦାମ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ବର: ବିଧାନସଭାରେ ଆଜି ସବକା ସାଥ, ସବକା ବିକାଶ, ଦରଦାମ ବୃଦ୍ଧି ଯୋଗୁଁ ରାଜ୍ୟର କୃଷକ, ଶ୍ରମିକ, ଛାତ୍ର ଓ ଯୁବକଙ୍କର ବିନାଶ ଶୀର୍ଷକ କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛି ବିରୋଧୀ କଂଗ୍ରେସ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି । ଯେଉଁଥି ପାଇଁ ଦରଦାମ ବୃଦ୍ଧି ହେଉଥିବା ରାଜ୍ୟ ସରକାର କହୁଛନ୍ତି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦର କମିଥିବା ସତ୍ବେ ଦେଶ ତଥା ରାଜ୍ୟରେ ଦର କମୁନାହିଁ । ଗରିବ ଓ ଧନୀ ମଧ୍ୟରେ ତାରତମ୍ୟ ବଢୁଛି । ଗରିବ ଲୋକଙ୍କ ପ୍ରିୟ ଖାଦ୍ୟ ଚୁଡା ଓ ମୁଢ଼ି ଉପରେ 5 ପ୍ରତିଶତ ଜିଏସଟି ଲାଗୁ କରାଯାଇଛି । ଏହା ଦ୍ୱାରା ଗରିବ ଓ ନମ୍ନ ମଧ୍ୟବିତ୍ତ ଲୋକଙ୍କ ସର୍ବନାଶ ହେବ । କ୍ଷୀରରେ 12 ପ୍ରତିଶତ ଜିଏସଟି ଲାଗୁ କରିବା ଦ୍ୱାରା ପୃଷ୍ଟିକର ଖାଦ୍ୟ ଖାଇବାରେ ବଞ୍ଚିତ ହେବେ ଲୋକେ । ରାଜ୍ୟ ସରକାରଙ୍କ କ୍ଷମତା ଅଛି ଚାହିଁଲେ ଦର କମାଇ ପାରିବେ ବୋଲି ନରସିଂହ ମିଶ୍ର କହିଛନ୍ତି ।

ଏପଟେ ତାର ପ୍ରସାଦ ବାହିନୀପତି କହିଛନ୍ତି ଯେ, 2014 ମସିହାରେ ପେଟ୍ରୋଲ ଲିଟର ପିଛା 71 ଟଙ୍କା ଥିବାବେଳେ 2022 ରେ ଏହା 105 ରେ ପହଁଚିଛି । ସେହିଭଳି ଡିଜେଲ 56 ଟଙ୍କା ଥିବାବେଳେ ଡିଜେଲ ଦର 102 ଟଙ୍କା ପାର କରିଛି । ତୈଳଦର ବାବଦକୁ କେନ୍ଦ୍ର ସରକାର ଲିଟର ପିଛା 39 ଟଙ୍କା 80 ପଇସା ନେଉଛନ୍ତି । ଭାଟ ବାବଦରେ ରାଜ୍ୟ ସରକାର 26 ଟଙ୍କା ଆଦାୟ କରୁଛନ୍ତି । ବଡ଼ ବଡ଼ିଆଙ୍କୁ ସୁରକ୍ଷା ଦେବା ପାଇଁ ତୈଳଦର ବୃଦ୍ଧି କରାଯାଉଛି ବୋଲି ତାରା ଅଭିଯୋଗ କରିଛନ୍ତି ।

କଂଗ୍ରେସ ଅଭିଯୋଗର ଜବାବ ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମୋହନ କହିଛନ୍ତି ଯେ, ଦରଦାମ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବଡ଼ ଭୂମିକା ରହିଛି । ଅଣ୍ଡା, ମାଛ, ଫୁଲ, ଫଳ ସବୁ ବାହାରୁ ଆସୁଛି । ଫଳ ଓ ପନିପରିବା ରଖିବା ଲାଗି ଶୀତଳ ଭଣ୍ଡାର ନାହିଁ । ପେଟ୍ରୋଲ ଓ ଡିଜେଲ ଉପରୁ ରାଜ୍ୟ ସରକାର ଭାଟ କମାନ୍ତୁ । ଜିଏସଟିରେ ଅନ୍ତଭୁକ୍ତ କରାଗଲେ ପେଟ୍ରୋଲ ଓ ଡିଜେଲ ଦର କମିବ । ଦରଦାମ ନିୟନ୍ତ୍ରଣ ରହିବ ।

ଅନ୍ଯପଟେ ରାଜ୍ୟ ଯୋଗାଣ ମନ୍ତ୍ରୀ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, "ରାଜ୍ୟ ସରକାର ପେଟ୍ରୋଲ, ଡିଜେଲ ଉପରୁ ଭାଟ ହ୍ରାସ କରୁଛନ୍ତି । ଡିଜେଲ ଉପରେ 32 ପ୍ରତିଶତରୁ 28 ପ୍ରତିଶତ ଓ ପେଟ୍ରୋଲରେ 28 ପ୍ରତିଶତରୁ 24 ପ୍ରତିଶତ ଭାଟ ହ୍ରାସ କରିଛନ୍ତି । ଯାହା ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ କମିଛି । ଦରଦାମ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ନିୟମିତ ଭାବେ ଜିଲ୍ଲାପାଳ ମାନଙ୍କ ସହିତ ଆଲୋଚନା କରୁଛନ୍ତି" ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 19, 2022, 8:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.