ETV Bharat / city

ଢିଙ୍କିଆ ପୋଲିସ-ଜନତା ଖଣ୍ଡଯୁଦ୍ଧ: କଂଗ୍ରେସ ଗଠନ କଲା ତଥ୍ୟ ଅନୁସନ୍ଧାନକାରୀ ଟିମ - ଢିଙ୍କିଆ ପାଇଁ କଂଗ୍ରେସ କମିଟି

ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଗ୍ରାମବାସୀମାନେ ନିଜର ହକ ପାଇଁ ଆନ୍ଦୋଳନ କରୁଥିବା ବେଳେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ । ପରେ ପୋଲିସ ମଧ୍ୟ ଲାଠି ମାଡ କରିଥଲା । ତେବେ ଏ ଘଟଣାର ତଦନ୍ତ ପାଇଁ କଂଗ୍ରେସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛି । ଅଧିକ ପଢନ୍ତୁ

ଢିଙ୍କିଆ Dispute
ଢିଙ୍କିଆ Dispute
author img

By

Published : Jan 17, 2022, 10:32 PM IST

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଗ୍ରାମବାସୀମାନେ ନିଜର ହକ ପାଇଁ ଆନ୍ଦୋଳନ କରୁଥିବା ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା । ନିରସ୍ତ୍ର ଗ୍ରାମବାସୀଙ୍କୁ ପୋଲିସ ଲାଠି ମାଡ କରିଥିଲା । ଏହାସହ ପୋଲିସ ବହୁ ଲୋକଙ୍କୁ ଗିରଫ କରିଛି । ବହୁ ପାନ ଚାଷୀଙ୍କର ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି ।

Photo
ଢିଙ୍କିଆ Dispute: କଂଗ୍ରେସ ଗଠନ କଲା ତଥ୍ୟ ଅନୁସନ୍ଧାନକାରୀ ଟିମ

କମିଟିରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଧ୍ୟକ୍ଷ ରହିଥିବାବେଳେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ଆବାହକ ଭାବରେ ରହିଛନ୍ତି । ଏହାସହ ରାମଚନ୍ଦ୍ର ଖୁଣ୍ଟିଆ , ନଟବର ବାରିକ, ଅରିନ୍ଦମ ସର୍ଖେଲ, ଅଂଶୁମାନ ମହାନ୍ତି ଏବଂ ଲଲାଟେନ୍ଦୁ ମହାପାତ୍ର କମିଟିର ସଦସ୍ୟ ରହିଛନ୍ତି ।

ଗଠିତ କମିଟି ଖୁବଶୀଘ୍ର ଢିଙ୍କିଆ ଅଞ୍ଚଳ ଗସ୍ତକରି ଘଟଣାର ଅନୁଧ୍ୟାନ କରିବ । ଦଳର ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.