ETV Bharat / city

ଓଡ଼ିଶାକୁ ବିଜେପି ବିଜେଡି ସରକାର ତଳି ତଳାନ୍ତ କରିଛନ୍ତି, ପସିସି ସଭାପତି - କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶରତ

ଆଜି ଦେଶ ପାଳୁଛି 76ତମ ସ୍ବାଧୀନତା ଦିବସ । ସ୍ବାଧୀନତା ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ । ଦେଶ ସ୍ବାଧୀନ ହେବାରେ କଂଗ୍ରେସର ତ୍ୟାଗ ରହିଛି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

ଓଡ଼ିଶାକୁ ବିଜେପି ବିଜେଡି ସରକାର ତଳି ତଳାନ୍ତ କରିଛନ୍ତି, ରାଜ୍ୟ କଂଗ୍ରେସ ସଭାପତି

author img

By

Published : Aug 15, 2022, 3:41 PM IST

ଭୁବନେଶ୍ବର : ସ୍ବାଧୀନତା ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ । ଦେଶ ସ୍ବାଧୀନ ହେବାରେ କଂଗ୍ରେସର ତ୍ୟାଗ ରହିଛି ବୋଲି ସେ କହିଛନ୍ତି । କେବେଳ ସେତିକି ନୁହେଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି କହିଛନ୍ତି, ‘‘ଓଡ଼ିଶାକୁ ବିଜେପି ଓ ବିଜେଡି ସରକାର ତଳି ତଳାନ୍ତ କରିଛନ୍ତି । ଗରିବ ଲୋକଙ୍କୁ ହଇରାଣ ହରକତ କରିଛନ୍ତି । ପଛୁଆ ବର୍ଗ ଆଦିବାସୀ ହରିଜନଙ୍କୁ ସରକାର ପ୍ରତିଟି କ୍ଷେତ୍ରରେ ସୁବିଧା ଯୋଗାଇ ପାରିଲେନାହିଁ । ତେଣୁ ସେମାନଙ୍କ ମୁଁହରେ ହସ ଫୁଟେଇବା ପାଇଁ କଂଗ୍ରେସ ସଂଗ୍ରାମ ଜାରି ରଖିବ ବୋଲି ସେ କହିଛନ୍ତି ।

ଓଡ଼ିଶାକୁ ବିଜେପି ବିଜେଡି ସରକାର ତଳି ତଳାନ୍ତ କରିଛନ୍ତି, ରାଜ୍ୟ କଂଗ୍ରେସ ସଭାପତି

୨୨ ବର୍ଷ ଧରି ଶାସନ ପରେ ଲକ୍ଷ ଲକ୍ଷ ଲୋକ ଅଛନ୍ତି । ଯିଏକି ଦିନକୁ ଗୋଟିଏ ଓଳି ଖାଇବାକୁ ପାଉନାହାନ୍ତି । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ଠପ ହୋଇଯାଇଛି । ବେକାରୀ ଯୁବକ ଯୁବତୀ ମାନେ ଚାକିରି ପାଉନାହାନ୍ତି । ଲକ୍ଷ ଲକ୍ଷ ଲୋକ ରାଜ୍ୟ ଛାଡି ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଉଛନ୍ତି । ଯେଉଁମାନେ ଓଡ଼ିଶାକୁ ତଳିତଳାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । କଂଗ୍ରେସ କଦାପି ଏହା ହବାକୁ ଦେବନି ବୋଲି ସେ କହିଛନ୍ତି । ଆଶୀର୍ବାଦ କରନ୍ତୁ କଂଗ୍ରେସ ଲୋକମାନଙ୍କ ସେବା କରିବ । ଯେଉଁ ସରକାର ଜନସାଧାରଣ ପାଇଁ କିଛି କରିପାରୁନାହିଁ ତାଙ୍କୁ ପ୍ରତ୍ୟାଖ୍ୟାନ କରନ୍ତୁ । ଓଡ଼ିଶାକୁ ଗୋଟିଏ ସମୃଦ୍ଧଶାଳୀ ରାଜ୍ୟ ଭାବରେ ପରିଣତ କରନ୍ତୁ ।" ସେପଟେ ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ଖାଦ୍ୟ ସାମଗ୍ରୀରେ ଜିଏସଟି ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.