ETV Bharat / city

କଂଗ୍ରେସର ଅଭିଯୋଗ ବନ୍ୟା ନିୟନ୍ତ୍ରଣରେ ସରକାର ଫେଲ୍, ଡାକନ୍ତୁ ସର୍ବଦଳୀୟ ବୈଠକ

author img

By

Published : Aug 27, 2022, 1:10 PM IST

ବନ୍ୟା ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କଲା କଂଗ୍ରେସ । ଏହା ଏକ ସରକାରୀକୃତ ବନ୍ୟା । ସରକାର ସବୁ ଦଳମାନଙ୍କୁ ଡାକି All Party Meeting ବନ୍ୟାର ସ୍ଥାୟୀ ପ୍ରତିକାର କଥା ଚିନ୍ତା କରନ୍ତୁ କହିଲେ ପିସିସି ସଭାପତି । ଅଧିକ ପଢନ୍ତୁ

ବନ୍ୟା ନିୟନ୍ତ୍ରଣରେ ସରକାର ଫେଲ୍, ସ୍ଥାୟୀ ପ୍ରତିକାର ପାଇଁ ସର୍ବଦଳୀୟ ବୈଠକ ଡାକନ୍ତୁ କହିଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ(odisha congress blames bjd govt ) । ବନ୍ୟା ମୁକାବିଲା କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଫେଲ୍ ମାରିଛନ୍ତି । ଯେଉଁ ବନ୍ୟା ସ୍ଥିତି ଦେଖାଦେଇଛି ଏହା ଏକ ସରକାରୀକୃତ ବନ୍ୟା । ତୁରନ୍ତ ସରକାର ସବୁ ଦଳମାନଙ୍କୁ ଡାକି(All Party Meeting) ବୈଠକ କରନ୍ତୁ ଆଲୋଚନା କରନ୍ତୁ ଏବଂ ବନ୍ୟାର ସ୍ଥାୟୀ ପ୍ରତିକାର କଥା ଚିନ୍ତା କରନ୍ତୁ । ୨୩ ବର୍ଷର ସରକାରରେ କାମ କିପରି ହୋଇଛି ତାହା ଏହି ବନ୍ୟାରୁ ସହଜରେ ଅନୁମାନ କରାଯାଇପାରେ । ତେଣୁ ତୁରନ୍ତ ବୈଠକ ଡକାଇ ସମାଧାର ବାଟ ବାହାର କରନ୍ତୁ । ବନ୍ୟା ପରିଚାଳନାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ଏପରି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ(OPCC Chief Sarat Patnaik) ।

କଂଗ୍ରେସର ଅଭିଯୋଗ ବନ୍ୟା ନିୟନ୍ତ୍ରଣରେ ସରକାର ଫେଲ୍, ଡାକନ୍ତୁ ସର୍ବଦଳୀୟ ବୈଠକ
ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଜିରୋ କାଜୁଆଲିଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ନେତା କହିଛନ୍ତି, ''ରାଜ୍ୟ ସରକାର କହିଥିଲେ ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ । ହେଲେ ପ୍ରାପ୍ତ ସୂଚନା ଅନୁସାରେ, ୧୭ ଜଣ ବନ୍ୟାରେ ପ୍ରାଣ ହରାଇଛନ୍ତି । ବନ୍ୟା ଯୋଗୁଁ ଲୋକେ ନାନା ରୋଗାଗ୍ରସ୍ତ ହୋଇଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ମଧ୍ୟ ବଢିପାରେ । ଏଥିରୁ ବନ୍ୟା ପରିଚାଳନାରେ ସରକାରଙ୍କ ଅପାରଗତା ପ୍ରମାଣିତ ହୋଇଛି (BJD Govt for falling in Flood Management )।'' ଏଥିସହ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।ବନ୍ୟା ପରିଚଳାନାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ''ଏତେ ପରିମାଣରେ ଘାଇ ସୃଷ୍ଟି ହେବା ପଛର କାରଣ କ'ଣ । କାହିଁକି ଉଚିତ୍ ସମୟରେ ସରକାର ବନ୍ଧ ମରାମତି କଲେ ନାହିଁ । ସେଥିପାଇଁ ବନ୍ୟା ପାଣି ବ୍ୟାପିଗଲା । ଏହାଦ୍ବାରା ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଲେ । ଏହାର ସ୍ଥାୟୀ ପ୍ରତିକାର କରିବାର ରାଜ୍ୟ ସରକାରଙ୍କ ପାଇଁ ସମୟ ଆସିଛି । ଏବେ ନୁହେଁ ତ କେବେ ହେବ ସ୍ଥାୟୀ ସମାଧାନ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।'' ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ପାଣି କମିଥିଲେ ମଧ୍ୟ ଲୋକଙ୍କୁ ଦୁର୍ଦ୍ଦଶା ସରିନି । ଏପରିସ୍ଥଳେ ଆଗକୁ ପୁଣି ବର୍ଷା ଆସୁଛି । ତେଣୁ ବେଳ ଥାଉ ଥାଉ ସରକାର ସଜାଗ ହେବା ଜରୁରୀ ହୋଇପଡିଛି । ଚଳିତ ବର୍ଷ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ହେକ୍ଟର ହେକ୍ଟର ଚାଷଜମିରେ ପାଣି ମାଡିଯାଇଛି । ବ୍ୟାପକ ପନିପରିବା ଫସଲ ବନ୍ୟାରେ ଧୋଇଯିବାର ଯୋଗୁଁ ଚାଷୀ ହତାଶ ହୋଇଯାଇଛି । ବିଭିନ୍ନ ରାଜନୈତିକ ଦଳ ବନ୍ୟାଞ୍ଚଳ ଗସ୍ତ କରି ବିପନ୍ନଙ୍କ ଦୁର୍ଦ୍ଦଶା ପରଖିଛନ୍ତି । ଏଥିସହ ବନ୍ୟା ନିୟନ୍ତ୍ରଣରେ ସରକାର ଫେଲ୍ ହୋଇଥିବାର ଅଭିଯୋଗ ଆଣି କଡା ସମାଲୋଚନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.