ଭୁବନେଶ୍ବର: ଗୁରୁବାର ରାଜ୍ୟର ସବୁ ରାଜନୈତିକ ଦଳର ମୁଖିଆଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ସନ୍ଧ୍ୟା 5ଟା 30ରେ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ଗାନ ନେଇ ଆଲୋଚନା କରିଛନ୍ତି ନବୀନ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ସିପିଏମ ନେତା ଅଳି ପଟ୍ଟନାୟକଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଆଲୋଚନା କରିଛନ୍ତି । କୋଭିଡ ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କ ସହଯୋଗ ଲୋଡିଛନ୍ତି । ସବୁ ଓଡ଼ିଆ ଏଥିରେ ସାମିଲ ହେବାକୁ ନବୀନ ଅପିଲ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ