ETV Bharat / city

Missionaries Of Charity: 13 ଅନୁଷ୍ଠାନ ପାଇଁ 78 ଲକ୍ଷ ମଞ୍ଜୁର, ଉପକୃତ ହେବେ 900 ଅନ୍ତେବାସୀ - ମିଶନାରିଜ ଅଫ ଚାରିଟିକୁ ଆର୍ଥିକ ସହାୟତ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୧୩ ଟି ଅନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୭୮ ଲକ୍ଷ ୭୬ ହଜାର ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Odisha CM  Sanctions  Fund
Odisha CM Sanctions Fund
author img

By

Published : Jan 4, 2022, 8:57 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୧୩ ଟି ଅନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୭୮ ଲକ୍ଷ ୭୬ ହଜାର ଟଙ୍କା (Odisha CM Sanctions Rs.78 Lakh from CMRF for 13 Institutions Run by Missionaries of Charity) ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମିଶନାରିଜ ଅଫ ଚାରିଟି ଦ୍ବାରା ପରିଚାଳିତ ହେଉଥିବା ଏହି 13 ଟି ଅନୁଷ୍ଠାନ ପ୍ରତି ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଏହି ୧୩ ଟି ଅନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୋଟ ୭୮ ଲକ୍ଷ ୭୬ ହଜାର ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅର୍ଥରେ ସମସ୍ତ 13 ଟି ପ୍ରତିଷ୍ଠାନରେ ଥିବା ଅନ୍ତେବାସୀଙ୍କ ଖାଦ୍ୟ ନିରପତ୍ତା ଓ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ନ ହେବେ ସେଥିପାଇଁ ଏହି ଅର୍ଥ ଖର୍ଚ୍ଚ ହେବ । ଏନେଇ ଗତ ୩୦ ତାରିଖରେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ମାନଙ୍କ ଅନୁରୋଧ ରଖି ମୁଖ୍ୟମନ୍ତ୍ରୀ ୮ ଟି ଜିଲ୍ଲାରେ ଥିବା ମିଶନାରିଜ ଅଫ ଚାରିଟିର ୧୩ ଟି ପ୍ରତିଷ୍ଠାନ ପାଇଁ ଏହି ଅର୍ଥ ମଞ୍ଜୁର କରିଛନ୍ତି ।

ଏହାଦ୍ୱାରା ୧୩ଟି ଅନୁଷ୍ଠାନର ୯୦୦ ଅନ୍ତେବାସୀ ଉପକୃତ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.