ETV Bharat / city

ପାନୀୟ ଜଳ ସମସ୍ୟା ଥିବା ହଟ୍‌ସ୍ପଟ୍‌ ଚିହ୍ନଟ କରି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ - cm review meeting on water issue

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସି ଜରିଆରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରିଛନ୍ତି । ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଶତ ପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣ ପତ୍ର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ପାନୀୟ ଜଳ ସମସ୍ୟା ଥିବା ହଟ୍‌ସ୍ପଟ୍‌ ଅଞ୍ଚଳ ଚିହ୍ନଟ କରି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

author img

By

Published : Mar 24, 2021, 11:00 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସି ଜରିଆରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରିଛନ୍ତି । ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଶତ ପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣ ପତ୍ର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ପାନୀୟ ଜଳ ସମସ୍ୟା ଥିବା ହଟ୍‌ସ୍ପଟ୍‌ ଅଞ୍ଚଳ ଚିହ୍ନଟ କରି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ଖୁବଶୀଘ୍ର ଗ୍ରୀଷ୍ମ ଋତୁ ଆସିଥିବାରୁ ଏବଂ ଏବର୍ଷ ପୂର୍ବଅପେକ୍ଷା ଅଧିକ ଗରମ ହେବାର ସମ୍ଭାବନା ରହିଛି । ପୂର୍ବ ବର୍ଷ ଗୁଡିକ ଅପେକ୍ଷା ଅଧିକ ପ୍ରସ୍ତୁତି କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ନିୟମିତ ପାନୀୟ ଜଳ ସମସ୍ୟା ଥିବା ହଟ୍‌ସ୍ପଟ୍‌ ଅଂଚଳ ଗୁଡିକ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ ଏକ ତ୍ରୁଟିଶୂନ୍ୟ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସହିତ ବୈଷୟିକ ଜ୍ଞାନସଂପନ୍ନ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବରିଷ୍ଠ ଅଧିକାରୀମାନେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅବହେଳା କରୁଥିବା ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳମାନେ ନିୟମିତ ଏହାର ସମୀକ୍ଷା କରି ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟ ସରକାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳର ସୁବିଧା ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରୁଛନ୍ତି । ଗ୍ରାମାଞ୍ଚଳରେ ୧୭ ହଜାର କୋଟି ଟଙ୍କାର ୮୯ଟି ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ୨୦୨୪ ସୁଦ୍ଧା ସବୁ ଗ୍ରାମ୍ୟ ପରିବାରକୁ ଶତପ୍ରତିଶତ ପାଇପ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି ।

ସେହିପରି ସହରାଞ୍ଚଳରେ ମଧ୍ୟ ଗତ ୩ ବର୍ଷ ମଧ୍ୟରେ ପାନୀୟ ଜଳ ପାଇଁ ୩୮୦୦ କୋଟି ଟଙ୍କା ବିନିଯୋଗ କରାଯାଇଛି ଏବଂ ୨୦୨୨ ସୁଦ୍ଧା ସହରାଞ୍ଚଳର ସବୁ ପରିବାରକୁ ପାଇପ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଲୋକଙ୍କୁ ଉତ୍ତମ ମାନର ପାନୀୟ ଜଳ ଯୋଗାଇ ଦେବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା । ବିଶେଷ କରି ଖରାଦିନରେ ଏହାର ଗୁରୁତ୍ବ ବହୁତ ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସହରାଞ୍ଚଳରେ ୨୦୨୧ରେ ପାନୀୟ ଜଳର ଆବଶ୍ୟକତା ଦୈନିକ ୧୦୮୮ ମିଲିଅନ ଲିଟର ।

ପ୍ରଶାସନ ପକ୍ଷରୁ ଦୈନିକ ୧୦୯୩ ମିଲିୟନ ଲିଟର ପାନୀୟ ଜଳ ଯୋଗାଣ କରାଯାଉଛି । ଏହାସହିତ 2016ରେ ତିନି ଲକ୍ଷ ଘରକୁ ପାଇପ ପାଣି ସଯୋଗ ହୋଇଥିବା ବେଳେ ଏବେ ୮,୩୦,୦୦୦ ଘରକୁ ପାଇପ ପାଣି ସଂଯୋଗ ଦିଆଯାଇଛି ।

ତେଣୁ ବର୍ତ୍ତମାନ ପାନୀୟ ଜଳ ଯୋଗାଣର କ୍ଷମତା ବେଶ୍ ଭଲ ରହିଛି । ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ବାସଗୃହ ଗୁଡିକୁ ପାନୀୟ ଜଳ ସଂଯୋଗ କ୍ଷେତ୍ରରେ ୧୬୮ ପ୍ରତିଶତ ଉନ୍ନତି ଆସିଛି ବୋଲି ସୂଚନା ଦିଆଯାଇଥିଲା ।

ରାଜ୍ୟର ୬୫ଟି ପୌରାଞ୍ଚଳର ୩୩୫ଟି ସ୍ଥାନରେ ପାନୀୟ ଜଳର ସମସ୍ୟା ରହିଛି । ଏଠାରେ ୧୧୭ଟି ଟ୍ୟାଙ୍କର ଓ ୧୩୮୦ଟି PVC ଟ୍ୟାଙ୍କ ଜରିଆରେ ପାଣି ଯୋଗାଇ ଦିଆଯାଉଛି । ସମସ୍ତ ଅଭିଯୋଗର ପ୍ରତିକାର ୨୪ ଘଣ୍ଟା ମଧ୍ୟରେ କରାଯାଉଛି ।

ଏହାଛଡା ପାନୀୟ ଜଳର ସମସ୍ୟା ଥିବା ୧୧ଟି ପୌରାଞ୍ଚଳ ଉପରେ ସ୍ବତନ୍ତ୍ର ଧ୍ୟାନ ରଖାଯାଇଛି । ସମସ୍ତ ପୌରାଞ୍ଚଳରେ ମୋ ସରକାର ସେଲ୍‌ ଜରିଆରେ ଅଭିଯୋଗର ଶୁଣାଣି କରାଯାଉଛି । ସାରା ଦେଶରେ ପାନୀୟ ଜଳ କ୍ଷେତ୍ରରେ ୮୧ ପ୍ରତିଶତ ଲୋକଙ୍କୁ ଦୈନିକ ବ୍ୟକ୍ତି ପିଚ୍ଛା ୪୦ ଲିଟର ପାଣି ଦିଆଯାଉଛି ।

କିନ୍ତୁ ଓଡିଶାରେ ୧୦୦ ପ୍ରତିଶତ ଲୋକଙ୍କୁ ବ୍ୟକ୍ତି ପିଚ୍ଛା ଦୈନିକ ୪୦ ଲିଟର ପାଣି ଦିଆଯାଇପାରୁଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ କହିଛନ୍ତି ।ଗ୍ରାମାଞ୍ଚଳ ଜନସଂଖ୍ୟାର ୪୭.୬୫ ପ୍ରତିଶତ ଲୋକ, ୫୪ ପ୍ରତିଶତ ଗାଁ ଓ ୨୭ ପ୍ରତିଶତ ଜନବସତିକୁ ପାଇପ ପାଣିର ସୁବିଧା ଦିଆଯାଇପାରିଛି ।

ଖରାଦିନ ପାଇଁ ସବୁ ପାଇପ ପାଣି ଓ ଟ୍ୟୁବୱେଲ ଗୁଡିକୁ ଯାଂଚ କରାଯାଉଛି ଏବଂ ପ୍ରତିକାର ବ୍ୟବସ୍ଥା କରାଯାଉଛି ।ମୋବାଇଲ ଭ୍ୟାନ ଓ ଟିମ୍‌ ପ୍ରସ୍ତୁତ କରାଯାଇ ପାନୀୟ ଜଳ ଯୋଗାଣ କରାଯାଉଛି । ଜଳକଷ୍ଟ ଅଞ୍ଚଳରେ ଟ୍ୟାଙ୍କର ଜରିଆରେ ପାଣି ଯୋଗାଇ ଦିଆଯାଉଛି ବୋଲି ସୂଚନା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପାନୀୟ ଜଳ ଯୋଗାଣ ସଂପର୍କରେ ନିୟମିତ ସମୀକ୍ଷା କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ।ଏହି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ସଂଞ୍ଚାଳନ କରିଥିଲେ । ବୈଠକରେ ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ଜଂଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.