ETV Bharat / city

ଆସନ୍ତାକାଲି ମୋଦି-ନବୀନ ଭେଟଘାଟ, ରାଷ୍ଟ୍ରପତି ନିର୍ବାଚନ ନେଇ ହୋଇପାରେ ଆଲୋଚନା - ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଆଜି(ରବିବାର) ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି (ସୋମବାର) ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସାଉଥ ବ୍ଲକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିବେ ସାକ୍ଷାତ । ଅଧିକ ପଢନ୍ତୁ

ସୋମବାର ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ: ରାଷ୍ଟ୍ରପତି ନିର୍ବାଚନ, ରାଜ୍ୟ ସମସ୍ୟା ଉପରେ ହୋଇପାରେ ଚର୍ଚ୍ଚା

author img

By

Published : May 29, 2022, 5:12 PM IST

Updated : May 29, 2022, 7:35 PM IST

ଭୁବନେଶ୍ବର: 3 ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି(ସୋମବାର) ପୂର୍ବାହ୍ନରେ ଦିଲ୍ଲୀ ଗସ୍ତରେ ଯିବେ ନବୀନ । ଅପରାହ୍ନ 4.30ରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ତେବେ ଆସନ୍ତାକାଲି ଅପରାହ୍ନ ୧୨ଟାରେ ଦିଲ୍ଲୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଜୁନ 1 ତାରିଖ ସାଢ଼େ 11ଟାରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ବାହାରି ଦିନ 2ଟାରେ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀଙ୍କ ଏହି 3 ଦିନିଆ ଦିଲ୍ଲୀ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନ ଦିଲ୍ଲୀ ଯାତ୍ରା ରାଜନୈତିକ ପାଣିପାଗକୁ ସରଗରମ କରୁଛି । ଏହା ସହ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଦେଶର ଦୁଇ ଶୀର୍ଷ ନେତା ଭେଟଘାଟରେ ରାଜନୈତିକ ଆଲୋଚନା ନହେବ ସେ କଥା ଏଡାଇ ଦିଆଯାଇନପାରେ ।

ରାଷ୍ଟ୍ରପତି ନିର୍ବାଚନ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି । କାରଣ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ବିଜେଡିର ସହଯୋଗ ଆବଶ୍ୟକତା ରହିଛି । ସାମ୍ପ୍ରତିକ ଚିତ୍ର ଅନୁସାରେ ସଂଖ୍ୟାଦୃଷ୍ଟିରୁ ରାଜ୍ୟସଭାରେ ଏନଡିଏକୁ ବିଜେଡି ସାଥ ନିହାତି ଦରକାର । ତେଣୁ ଉଭୟ ନେତା ଏନେଇ ଗୁପ୍ତ ମନ୍ତ୍ରଣା କରିବେ ବୋଲି ଚର୍ଚ୍ଚା ହେଉଛି । ସେହିପରି ରାଜ୍ୟର ସ୍ୱାର୍ଥ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି ନବୀନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 29, 2022, 7:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.