ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଦେଲା IANS-CVoter, ତୃତୀୟରେ ନବୀନ - IANS-CVoter

ସୁଶାସନ ପାଇଁ କେବେହେଲେ ନବୀନଙ୍କ ବିରୋଧରେ ଜନ ଅସନ୍ତୋଷର ଝଲକ ଦେଖିବାକୁ ମିଳିନାହିଁ । IANS-CVoter ସର୍ଭେରେ ମଧ୍ୟ ତାହା ପ୍ରତିପାଦିତ ହୋଇଛି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଦେଲା IANS-CVoter, ତୃତୀୟରେ ନବୀନ

author img

By

Published : Oct 18, 2021, 9:23 PM IST

Updated : Oct 18, 2021, 10:38 PM IST

ଭୁବନେଶ୍ବର: ଶାନ୍ତ ଓ ନମ୍ର ମୁଖ୍ୟମନ୍ତ୍ରୀ ଭାବରେ ବେଶ ପରିଚିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିର୍ବିବାଦୀୟ ଛବିକୁ ନେଇ ଶାସନ ଅନେକ ସଫଳତାର ସିଢି ଚଢିଛନ୍ତି ନବୀନ । ଆଉ ସାଉଁଟିଛନ୍ତି ସାଧାରଣ ଲୋକଙ୍କ ସ୍ନେହ, ଭଲପାଇବା ଓ ପ୍ରଶଂସା । କେବେହେଲେ ନବୀନଙ୍କ ବିରୋଧରେ ଜନ ଅସନ୍ତୋଷର ଝଲକ ଦେଖିବାକୁ ମିଳିନାହିଁ । IANS-CVoter ସର୍ଭେରେ ମଧ୍ୟ ତାହା ପ୍ରତିପାଦିତ ହୋଇଛି ।

IANS-CVoter ଗଭର୍ନାନ୍ସ ଇଣ୍ଡେକ୍ସ (ସୁଶାସନ ସୂଚକାଙ୍କ) ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ସାମ୍ନାକୁ ଆସିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିପୋର୍ଟ କାର୍ଡ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀରେ ସି-ଭୋଟର ସର୍ଭେରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ନବୀନଙ୍କ ବିରୋଧରେ 10.4 ପ୍ରତିଶତ ଜନଅସନ୍ତୋଷ ରହିଥିବାବେଳେ ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ରହିଛି 37.6 ପ୍ରତିଶତ ଜନ ଅସନ୍ତୋଷ । ଏହି ସର୍ଭେରେ ନବୀନ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଛନ୍ତି । ଚଳିତ ବର୍ଷ ଜାନୁଆରୀରେ ଏହାର ଷ୍ଟେଟ୍ ଅଫ୍ ଦି ନେସନ୍ 2021 ସର୍ଭେରେ ଉପରୋକ୍ତ ଏଜେନ୍ସି ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି ।

ସୁଶାସନ ସୂଚକାଙ୍କରେ ପ୍ରଥମ ସ୍ଥାନରେ ରହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ନବୀନଙ୍କ ପଛକୁ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ରହିଛନ୍ତି ।

Last Updated : Oct 18, 2021, 10:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.