ETV Bharat / city

ଖଣିଜ ପଦାର୍ଥ ଉପଯୋଗ କରି ଓଡିଶା ଦେଶର ଅଷ୍ଟ୍ରେଲିଆ ହୋଇପାରିବ: NITI Aayog

ନୀତି ଆୟୋଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ( NITI Aayog Vice Chairman Rajiv Kumar) ଏବଂ ତାଙ୍କ ଦଳ ସହିତ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Dec 15, 2021, 5:17 PM IST

Niti aayog Meeting
Niti aayog Meeting

ଭୁବନେଶ୍ବର: ନୀତି ଆୟୋଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ଓ ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର (NITI Aayog Vice Chairman Rajiv Kumar) ଏବଂ ତାଙ୍କ ଦଳ ସହିତ ଆଲୋଚନା କରିଛନ୍ତି । ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶାରେ ଉଭୟ ମାକ୍ରୋ-ଇକୋନୋମିକ, ସାମାଜିକ-ଅର୍ଥନୈତିକ ସୂଚକାଙ୍କରେ ଉନ୍ନତି ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନୀତି ଅୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର କହିଛନ୍ତି ଯେ, ଖଣିଜ ପଦାର୍ଥ ଉପଯୋଗରେ ଓଡିଶା ହୋଇପାରିବ ଦେଶର ଅଷ୍ଟ୍ରେଲିଆ ।

ବୈଠକରେ ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି , ସମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଓଡିଶା ବହୁତ ଉନ୍ନତି କରିଛି । ସମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଓଡିଶା ସୂଚକାଙ୍କ ଉନ୍ନତି ଘଟିଛି । ଓଡିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ବ୍ୟବସ୍ଥା ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ବିକାଶମୂଳକ କାର୍ଯ୍ୟ ପାଇଁ ନୀତି ଆୟୋଗର ସହାୟତା ଦରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ରାଜ୍ୟର ମୁଣ୍ଡ ପିଛା ଆୟ ବଢିବା ସହ କୃଷି କ୍ଷେତ୍ରରେ ଉନ୍ନତି ଓ ଖଣି ଖାଦାନରେ ଉନ୍ନତି ପାଇଁ ଫିସକାଲ ଡେଫସିଟ (ବିତ୍ତୀୟ ଘାଟା) 5 ପ୍ରତିଶତ ତଳେ ରହିଛି । ଓଡିଶାର ଉନ୍ନତି ପାଇଁ ନୀତି ଆୟୋଗ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ କରିବ ବୋଲି କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ।

ରାଜ୍ୟର ଖଣିଜ ଉତ୍ପାଦନକୁ 2 ପ୍ରତିଶତରୁ ଅଧିକ କରିବା ପାଇଁ ସେ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ରାଜ୍ୟର ନିରନ୍ତର ବିକାଶ ଧାରାକୁ ଆଗକୁ ନେବା ପାଇଁ ଏକ ଏସଡିଜି ମନିଟରିଙ୍ଗ ୟୁନିଟ କରିବା ପାଇଁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ପୋଷଣ, ସ୍ବାସ୍ଥ୍ୟ, ମୁଣ୍ଡ ପିଛା ଆୟ, ଜିଡିପିର ଗ୍ରୋଥ ହୋଇଛି । ମାତ୍ର ଏହାକୁ ମନିଟରିଙ୍ଗ କରିବା ପାଇଁ ଏକ ଏସଡିଜି ୟୁନିଟ ଗଠନ ପାଇଁ ମଧ୍ୟ କହିଛନ୍ତି । ଏହାବାଦ ରାଜ୍ୟରେ ରାସାୟନିକ ମୁକ୍ତ କୃଷିକୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟର ମୁଣ୍ଡପିଛା ଆୟ ବୃଦ୍ଧି, କୃଷି ଏବଂ ଖଣିରେ ଉନ୍ନତି ସହିତ ଆର୍ଥିକ ନିଅଣ୍ଟକୁ ପାଞ୍ଚ ପ୍ରତିଶତରୁ କମ ପରିଚାଳନା ପାଇଁ ନୀତି ଆୟୋଗ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରତ୍ୟେକ ରାଜ୍ୟର ନିଜର ପ୍ରାଥମିକତା ଏବଂ ନିର୍ଦ୍ଧିଷ୍ଟତା ରହିଛି । ଏହା ଦର୍ଶାଇ କହିଛନ୍ତି ଯେ ରାଜ୍ୟ ପାଇଁ ଏକ ରାଜ୍ୟ ନିର୍ଦ୍ଦିଷ୍ଟ ବିକାଶ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ ନୀତି ଆୟୋଗ ଓଡିଶା ସହ ସହଭାଗୀ ହେବାକୁ ଆଗ୍ରହୀ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର କିପରି ମିଶିକି ବିକାଶ ଦିଗରେ କାର୍ଯ୍ୟ କରିପାରିବେ ସେ ନେଇ ଆଲୋଚନା ହୋଇଛି । ରାଜୀବ କୁମାର କହିଛନ୍ତି ରାଜ୍ୟ ସରକାର ବହୁ ପ୍ରସଙ୍ଗ ଉଠାଇଛନ୍ତି । ଏହାକୁ ସମାଧାନ ଦିଗରେ ପ୍ରୟାସ କରାଯିବ । ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ନୀତି ଆୟୋଗ ପକ୍ଷରୁ ଏକ ପ୍ରେଜେଣ୍ଟସନ ଦିଆଯାଇଛି ।

ସେହିପରି 2011-2020 ମଧ୍ୟରେ ଦେଶ ତୁଳନାରେ ରାଜ୍ୟରେ ମୁଣ୍ଡ ପିଛା ଆୟ ବଢିଛି । କୁପୋଷଣ କ୍ଷେତ୍ରେରେ ରାଜ୍ୟ ଭଲ କାମ କରିଛି । ବିକାଶ ଅଭିବୃଦ୍ଧି, ଗରିବ ଲୋକଙ୍କ ପାଇଁ କାର୍ଯ୍ୟ ସହ ଆକାଂକ୍ଷୀ ଜିଲ୍ଲାରେ ଭଲ କାର୍ଯ୍ୟ ପାଇଁ କଣ ପଦକ୍ଷେପ ନିଆଯାଇପାରିବ ସେନେଇ ଆଲୋଚନା ହୋଇଛି । ସ୍ପେଶାଲ ଡେଭଲପମେଣ୍ଟ କାଉନ୍ସିଲ ମନିଟର ୟୁନିଟ ପରାମର୍ଶ ଦେଇଛୁ । ରାଜ୍ୟରେ ଖଣିଜ ପଦାର୍ଥ ଭାରି ରହିଛି । ଯେତିକି ଖଣିଜ ପଦାର୍ଥ ଅଛି ଓଡିଶା ଦେଶର ଅଷ୍ଟ୍ରେଲିଆ ହୋଇପାରିବ । ଓଡିଶାକୁ କିପରି ଅଧିକ ନିବେଶ ଆସିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.