ଭୁବନେଶ୍ବର: ପଦ୍ମଶ୍ରୀ ଡି . ପ୍ରକାଶ ରାଓଙ୍କୁ ଏସସିବିରେ ଯୋଗାଇ ଦିଆଯିବ ମାଗଣା ଚିକିତ୍ସା ସୁବିଧା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଏହାସହ ପ୍ରକାଶ ରାଓଙ୍କ ସ୍ବାସ୍ଥ୍ୟବସ୍ଥାର ତଦାରଖ ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବର୍ତ୍ତମାନ ପ୍ରକାଶ ରାଓଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ସେ କଟକର ଏସସିବି ମେଡିକାଲର ଭେଷଜ ବିଭାଗର ଆଇସିୟୁରେ ଚିକିତ୍ସାରତ ଅଛନ୍ତି । ଖବର ଅନୁଯାୟୀ, ମଙ୍ଗଳବାର ଅନୁଗୋଳରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ