ETV Bharat / city

CLP ନେତା ପରିବର୍ତ୍ତନ ପ୍ରସଙ୍ଗ, ପ୍ରଭାରୀଙ୍କ ଗସ୍ତ ପୂର୍ବରୁ ମୁହଁ ଖୋଲିଲେ ନରସିଂହ

author img

By

Published : Apr 25, 2022, 3:17 PM IST

କଂଗ୍ରେସ ବିଧାୟକ ଦଳ ନେତା (CLP) ପରିବର୍ତ୍ତନ ପ୍ରସଙ୍ଗ । ପ୍ରଭାରୀଙ୍କ ଗସ୍ତ ପୂର୍ବରୁ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଅଙ୍କୁ ସ୍ପେଶାଲ ପିପି ନିଯୁକ୍ତି ଉପରେ ରଖିଲେ ମତାମତ । ଅଧିକ ପଢନ୍ତୁ

CLP ନେତା ପରିବର୍ତ୍ତନ ପ୍ରସଙ୍ଗ, ପ୍ରଭାରୀଙ୍କ ଗସ୍ତ ପୂର୍ବରୁ ମୁହଁ ଖୋଲିଲେ ନରସିଂହ
CLP ନେତା ପରିବର୍ତ୍ତନ ପ୍ରସଙ୍ଗ, ପ୍ରଭାରୀଙ୍କ ଗସ୍ତ ପୂର୍ବରୁ ମୁହଁ ଖୋଲିଲେ ନରସିଂହ

ଭୁବନେଶ୍ବର: କଂଗ୍ରେସ ବିଧାୟକ ଦଳ ନେତା (CLP) ପରିବର୍ତ୍ତନ ପ୍ରସଙ୍ଗ । ପ୍ରଭାରୀଙ୍କ ଗସ୍ତ ପୂର୍ବରୁ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବହୁଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୋଲିସର ତଦନ୍ତ ଦିଗହରା ହେଉଥିବାର ଅଭିଯୋଗ ଆଣି ବରିଷ୍ଠ ନେତା ତଥା ଆଇନ ବିଶାରଦ ନରସିଂହ ମିଶ୍ର କଳା କୋର୍ଟ ପିନ୍ଧିଛନ୍ତି । ୮୪ ବର୍ଷ ବୟସରେ କୋର୍ଟକୁ ଯାଇ ମମିତା ପାଇଁ କରିଛନ୍ତି ଓକିଲାତି । ସେପଟେ ନରସିଂହଙ୍କ ବିପକ୍ଷରେ ତାଙ୍କ ପୁଅ ସ୍ପେଶାଲ ପିପି (public prosecutor) ଭାବେ ଲଢୁଛନ୍ତି । ବାପ-ପୁଅଙ୍କ ପ୍ରତିପକ୍ଷ ନେଇ ଉଠିଛି ପ୍ରଶ୍ନ । ଏହା ଉପରେ ଦୀର୍ଘ ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ନରସିଂହ ।

ଏଭିଳି ସ୍ଥିତିରେ ସରକାର ଖସିଯିବା ନେଇ ବିରୋଧୀ ଅଭିଯୋଗ ଆଣିଛନ୍ତି । ନରସିଂହ ମିଶ୍ର ବହୁ ସମୟରେ ସରକାରଙ୍କୁ ସୁହାଇବା କାର୍ଯ୍ୟ କରୁଥିବା ନଜିର ରହିଛି । ଏଭଳି ସ୍ଥିତିରେ ସରକାର ଖସିଯିବେ ବୋଲି ଅଭିଯୋଗ ଆଣିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ତେବେ ଏହି ବିବାଦ ଉପରେ ଦୀର୍ଘ ଦିନ ପରେ ମୁହଁ ଖୋଲିଛନ୍ତି ନରସିଂହ । ଇଟିଭି ଭାରତ ଆଗରେ ପ୍ରତିକ୍ରିୟା ରଖିଛନ୍ତି ନରସିଂହ । ସେ କହିଛନ୍ତି, ପବ୍ଲିକ ପ୍ରୋସିକ୍ୟୁଟର ସରକାରଙ୍କ ଇସାରାରେ କାର୍ଯ୍ୟ କରନ୍ତି ନହାଁ । ସଠିକ ତଥ୍ୟକୁ ଉପସ୍ଥାପନା କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ କାର୍ଯ୍ୟ କରନ୍ତି । ସେ (ସ୍ପେଶାଲ ପିପି) ଏହି କେସ ଲଢି ହାଇକୋର୍ଟ ପର୍ଯ୍ୟନ୍ତ ଯାଇ ଦୋଷୀକୁ ଫାଶୀ ଦଣ୍ଡ ଦେବେ ବୋଲି କହିଛନ୍ତି ନରସିଂହ ।

ତେବେ ସୂଚନା ଥାଉ କି ନରସିଂହ ଓ ତାଙ୍କ ପୁଅ ଏକାଠି ଏହି କେସ ଲଢିବା ପରେ ବିରୋଧୀଙ୍କ ସମେତ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ, ନୂଆପଡା ଖଡିଆଳର ବିଧାୟକ ଅଧିରାଜ ପାଣିଗ୍ରାହୀ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.