ETV Bharat / city

Odisha Civic Polls: ଆଜି ଇଭିଏମ୍ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ - ପୌର ନିର୍ବାଚନ ଭୋଟ ଗଣତି

ଆଜି ବାହାରିବ ପୌର ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ଅଧିକ ପଢନ୍ତୁ

Odisha Civic Polls: ଆଜି ଇଭିଏମ୍ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ

author img

By

Published : Mar 26, 2022, 7:09 AM IST

Updated : Mar 26, 2022, 7:16 AM IST

ଭୁବନେଶ୍ବର: ଆଜି ପୌର ନିର୍ବାଚନ ଭୋଟ ଗଣତି । ପୌର ବାଜିର କିଏ ହେବ ବାଜିଗର ? କାହା ମୁଣ୍ଡରେ ସୁନାକଳସ ଢାଳିବେ ସହରବାସୀ ? କିଏ ହେବ ମେୟର ? କାହାକୁ ନେତା ବାଛିବେ ୱାର୍ଡବାସୀ ? ଆଜି ହେବ ଏହାର ଫଇସଲା । ଆଜି ସକାଳ ୮ଟାରୁ ଆରମ୍ଭ ହେବ ପୌର ଭୋଟ ଗଣତି । ୧୦୬ଟି ପୌରାଞ୍ଚଳ ଓ ତିନୋଟି ମହାନଗର ନିଗମରେ ମତଦାନ ହୋଇଥିଲେ ମଧ୍ୟ ଧାମନଗରକୁ ଛାଡି ବାକି ୧୦୫ ପୌରାଞ୍ଚଳ ଏବଂ ୩ ମହାନଗର ନିଗମରେ କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯିବ । ଏଥିପାଇଁ ସବୁ ଗଣତି କେନ୍ଦ୍ର ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଏମସିର ୬୭ଟି ୱାର୍ଡ ପାଇଁ ୨୮୯ ଜଣ କର୍ପୋରେଟର ଓ ୧୨ ଜଣ ମେୟର ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ।

ଚଳିତ ଥର ଏନଏସିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ ଗଣତି ପାଇଁ ଦୁଇଟି ଲେଖାଏଁ ଟେବୁଲ ରଖାଯାଇଛି । ମ୍ୟୁନିସିପାଲିଟିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ ଗଣତି ପାଇଁ ୫ଟି ଲେଖାଏଁ ଟେବୁଲ ରହିଛି । ଏନଏସିରେ ଦୁଇଟି ଲେଖାଏଁ ଟେବୁଲ ବ୍ୟବସ୍ଥା କରାଯାଇଛି । ସେହିପରି ତିନୋଟି ମହାନଗର ନିଗମର କର୍ପୋରେଟର ଓ ମେୟରଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲ ରଖାଯାଇଛି । ଗଣତି କେନ୍ଦ୍ର ଏବଂ ଏହା ବାହାରେ ଦ୍ବିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Last Updated : Mar 26, 2022, 7:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.